ଓଡିଶା

odisha

ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

By

Published : Jun 22, 2021, 10:26 PM IST

ବଲାଙ୍ଗୀରର ଜଣେ ଯୁବକର ଆଜି ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ବଲାଙ୍ଗୀର ପୁଇନ୍ତଲା ଥାନା ଅନ୍ତର୍ଗତ ମାହୀମୁଣ୍ଡା ଗ୍ରାମରେ ଏହି ଘଟଣା ଘଟିଛି । ଅଧିକ ପଢନ୍ତୁ...

man-dead-body-rescue-in-bolangir
ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ବଲାଙ୍ଗୀର : ଜଣେ ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । କାରଣ ଏବେ ବି ଅସ୍ପଷ୍ଟ ।

ବଲାଙ୍ଗୀରର ଜଣେ ଯୁବକର ଆଜି(ମଙ୍ଗଳବାର) ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ବଲାଙ୍ଗୀର ପୁଇନ୍ତଲା ଥାନା ଅନ୍ତର୍ଗତ ମାହୀମୁଣ୍ଡା ଗ୍ରାମରେ ଏହି ଘଟଣା ଘଟିଛି । ତେବେ ଆଜି ଗ୍ରାମ ନିକଟରେ ଥିବା ଏକ ଗଛରେ ଜଣେ ଯୁବକର ଝୁଲନ୍ତା ମୃତଦେହ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ଯେଉଁଥିରେ ପୁଇନ୍ତଲା ପୋଲିସ ଘଟଣାସ୍ଥଳକୁ ଆସି ତଦନ୍ତ ଆରମ୍ଭ କରିଥିବା ବେଳେ ଏଯାଏଁ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନାହିଁ ।

ସେପଟେ ମୃତ ଯୁବକ ଜଣକ ଏହି ଗ୍ରାମର ମନୋଜ ବିଶ୍ଵାଳ ବୋଲି ପରିଚୟ ମିଳିଛି । ପୋଲିସର ତଦନ୍ତ ପରେ ସବୁ ତଥ୍ୟ ସାମ୍ନାକୁ ଆସିବ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ

ABOUT THE AUTHOR

...view details