ବଲାଙ୍ଗୀର: ଚର୍ଚ୍ଚିତ ବଲାଙ୍ଗୀର ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣା । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ପୋଲିସ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରୁଥିବା ବେଳେ ଗତକାଲି ଡ୍ରାଇଭର ରାଧେକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ତେବେ ମମିତାକୁ ହତ୍ୟା କରିବାରେ ଗୋବିନ୍ଦଙ୍କୁ ସହଯୋଗ କରିବା ସହ ପ୍ରମାଣ ନଷ୍ଟ କରିବାର ପ୍ରମାଣ ପାଇଥିଲା ପୋଲିସ । ଏହା ପରେ ତାଙ୍କୁ ଆଇପିସି ଧାରା 201ରେ ଗିରଫ କରାଯାଇଥିଲା ।
ମମିତା ମର୍ଡର ମିଷ୍ଟ୍ରି: ସଠିକ୍ ତଦନ୍ତ ଚାଲିଛି କହିଲେ ଉତ୍ତରାଞ୍ଚଳ DIG - ଉତ୍ତରାଞ୍ଚଳ ଡିଆଇଜି
ବହୁ ଚର୍ଚ୍ଚୀତ ବଲାଙ୍ଗୀର ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣା । ଡ୍ରାଇଭର ରାଧେକୁ ଗିରଫ ପରେ କୋର୍ଟ ଚାଲାଣ କଲା ପୋଲିସ । ଉଚିତ ଦିଗରେ ତଦନ୍ତ ଚାଲିଥିବା କହିଲେ ଉତ୍ତରାଞ୍ଚଳ ଡିଆଇଜି । ଅଧିକ ପଢନ୍ତୁ...
ମମିତା ମର୍ଡର ମିଷ୍ଟ୍ରି: ଉଚିତ ଦିଗରେ ତଦନ୍ତ ଚାଲିଥିବା କହିଲେ ଉତ୍ତରାଞ୍ଚଳ ଡିଆଇଜି
ସେହିପରି ରିମାଣ୍ଡରେ ଆସିଥିବା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ବୟାନ ଅନୁସାରେ, ଗତକାଲି ପୋଲିସ ଘଟଣା ସ୍ଥଳକୁ ଯାଇ ଅଧିକ ତଦନ୍ତ କରିଛି । ଏହାସହ ମମିତାଙ୍କ ମୋବାଇଲ ଫୋନ ଖୋଜିବାକୁ ମଧ୍ୟ ଚେଷ୍ଟା କରିଥିଲା । କିନ୍ତୁ ନିଆଁରେ ସବୁ ପୋଡ଼ି ପାଉଁଶ ହୋଇଯାଇଥିବାରୁ ପ୍ରମାଣ ସଂଗ୍ରହ କରିବାରେ କଷ୍ଟ ହେଉଛି ବୋଲି ପୋଲିସ କହିଛି । ତେବେ ଖୁବଶିଘ୍ର ଏହି ମାମଲାରେ ପୋଲିସ ଅଧିକ ପ୍ରମାଣ ସଂଗ୍ରହ କରିବା ସହ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରୟାସ କରୁଛି ବୋଲି କହିଛନ୍ତି ଉତ୍ତରାଞ୍ଚଳ ଡିଆଇଜି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ
Last Updated : Oct 22, 2021, 10:07 AM IST