ବଲାଙ୍ଗୀର:ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣା(Mamita Meher murder case) । ବନ୍ଧା ହେଲେ କଳାହାଣ୍ଡି ମହାଲିଙ୍ଗ କଲେଜର ପ୍ରିନ୍ସିପାଲ ଓ ଅଧ୍ୟାପକ । ବଲାଙ୍ଗୀର ମମିତା ମେହେର ହତ୍ୟା ଘଟଣାରେ ସାକ୍ଷୀମାନଙ୍କୁ ଧମକ ଦେବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି କଣ୍ଟାବାଞ୍ଜି ପୋଲିସ । ଗତକାଲି(ଗୁରୁବାର) ରାତିରେ ସେମାନଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଜଣ ମହାଲିଙ୍ଗ କଲେଜ ପ୍ରିନସିପାଲ ରଞ୍ଜିତ ସାହୁ ଏବଂ ଅଧ୍ୟାପକ କୃତି ଚନ୍ଦନ ବୋଲି ଜଣାପଡିଛି ।
ସାକ୍ଷୀମାନଙ୍କୁ ପ୍ରଭାବିତ କରିବା ପାଇଁ ଏମାନେ ପ୍ରଲୋଭନ ଦେବା ସହିତ ଧମକ ଦେଉଥିବା ଅଭିଯୋଗ ହୋଇଥିଲା । ଯାହାପରେ ଗତକାଲି ରାତିରେ ପୋଲିସ ଗିରଫ କରିଥିଲା । ଗତକାଲି କଣ୍ଟାବାଞ୍ଜି ପୋଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି । ତେବେ ସେମାନଙ୍କର ଜାମିନ ନାମଞ୍ଜୁର ହେବା ଯୋଗୁଁ ଦୁଇ ଜଣଙ୍କୁ ବିଚାର ବିଭାଗୀୟ ହାତଜକୁ ପଠାଇ ଦିଆଯାଇଛି ।