ଓଡିଶା

odisha

ETV Bharat / state

ମମିତା ମେହେର ହତ୍ୟା ମାମଲା, କୋର୍ଟରେ ହାଜର ହେଲେ ଅଭିଯୁକ୍ତ - ବଲାଙ୍ଗୀର ମମିତା ମେହେର ହତ୍ୟା ଘଟଣା

ବଲାଙ୍ଗୀର ଚର୍ଚ୍ଚିତ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାର କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଓ ଦୌରଜଜଙ୍କ ଅଦାଲତରେ (ADJ) ଶୁଣାଣି ଆରମ୍ଭ ହୋଇଛି । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାର ଡ୍ରାଇଭର ରାଧେକୁ ଆଜି କୋର୍ଟରେ ବ୍ୟକ୍ତିଗତ ଭାବରେ ହଜାର କରା ଯାଇଥିଲା । ଅଧିକ ପଢନ୍ତୁ

ମମିତା ମେହେର ହତ୍ୟା ମାମଲା, କୋର୍ଟରେ ହାଜର ହେଲେ ଅଭିଯୁକ୍ତ
ମମିତା ମେହେର ହତ୍ୟା ମାମଲା, କୋର୍ଟରେ ହାଜର ହେଲେ ଅଭିଯୁକ୍ତ

By

Published : Mar 10, 2022, 10:03 AM IST

ବଲାଙ୍ଗୀର:ବଲାଙ୍ଗୀର ଚର୍ଚ୍ଚିତ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାର କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଓ ଦୌରଜଜଙ୍କ ଅଦାଲତରେ (ADJ) ଶୁଣାଣି ଆରମ୍ଭ ହୋଇଛି । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାର ଡ୍ରାଇଭର ରାଧେକୁ ଆଜି କୋର୍ଟରେ ବ୍ୟକ୍ତିଗତ ଭାବରେ ହଜାର କରା ଯାଇଥିଲା । ବଙ୍ଗୋମୁଣ୍ଡା JMFC କୋର୍ଟରୁ ଚାର୍ଜ ସିଟ କମିଟମେଣ୍ଟ କଣ୍ଟାବାଞ୍ଜି ଏଡିଜେ(ADJ) କୋର୍ଟରେ କରାଯାଇଥିବା ବେଳେ ଆଜି ଠାରୁ କଣ୍ଟାବାଞ୍ଜି ଏଡିଜେ(ADJ) କୋର୍ଟରେ ନ୍ୟାୟିକ ପ୍ରକ୍ରିୟା ଆରମ୍ଭ ହୋଇଛି ।

ମମିତା ମେହେର ହତ୍ୟା ମାମଲା, କୋର୍ଟରେ ହାଜର ହେଲେ ଅଭିଯୁକ୍ତ

ତେବେ କଡା ସୁରକ୍ଷା ମଧ୍ୟରେ ବ୍ୟକ୍ତିଗତ ଭାବରେ ହାଜର ହୋଇଛନ୍ତି ଗୋବିନ୍ଦ ସାହୁ ଓ ସହଯୋଗୀ ରାଧେଶ୍ୟାମ । ଗୋବିନ୍ଦ ସାହୁ ନିଜର ଓକିଲ ମଧ୍ୟ ବଦଳାଇ ଥିବା ବେଳେ ଏଥିରେ ଭବାନୀପାଟଣାର ବରିଷ୍ଠ ଆଇନଜୀବୀ ଦୁର୍ଗା ପାଢ଼ୀ ଲଢ଼ୁଛନ୍ତି। ସେହିପରି ଏହି ମାମଲାର ପରବର୍ତ୍ତୀ ଶୁଣାଣି ଚଳିତ ମାସ ୨୧ ତାରିଖରେ ହେବ ବୋଲି ସୂଚନା ମିଳିଛି ।

ଅନ୍ୟପକ୍ଷରେ ସରକାରୀ ଓକିଲ ପ୍ରମୋଦ ପାଣିଗ୍ରାହୀ କହିବା ଅନୁସାରେ, ନ୍ୟାୟିକ ପ୍ରକ୍ରିୟା ଆଜି ଠାରୁ କଣ୍ଟାବାଞ୍ଜି ଏଡିଜେ(ADJ) କୋର୍ଟରେ ଆରମ୍ଭ ହୋଇଛି ।

ବଲାଙ୍ଗୀରରୁ ଶେଖ୍‌ ମହମ୍ମଦ ୱାହିଦ୍‌, ଇଟିଭି ଭାରତ

ABOUT THE AUTHOR

...view details