ଓଡିଶା

odisha

ETV Bharat / state

ଶୁକତେଲ ପ୍ରକଳ୍ପ ନେଇ ତେଜିଲା ଶ୍ରେୟ ରାଜନୀତି, କଂଗ୍ରେସ-ବିଜେଡି ମୁହାଁ ମୁହିଁ - ଶୁକତେଲ ଜଳସେଚନ ପ୍ରକଳ୍ପ

Lower Suktel Project Politics: ଶୁକତେଲ ଜଳସେଚନ ପ୍ରକଳ୍ପକୁ ନେଇ ତେଜିଲା ଶ୍ରେୟ ରାଜନୀତି। ଉଦଘାଟନ ପରେ ସାମ୍ବାଦିକ ସମ୍ମିଳନୀରେ ପରସ୍ପରକୁ ଟାର୍ଗେଟ କଲେ ବିଜେଡି ଓ କଂଗ୍ରେସ । ଅଧିକ ପଢନ୍ତୁ,

ଶୁକତେଲ ପ୍ରକଳ୍ପ
Suktel Project Politics

By ETV Bharat Odisha Team

Published : Jan 5, 2024, 2:34 PM IST

ଶୁକତେଲ ପ୍ରକଳ୍ପ

ବଲାଙ୍ଗୀର:ଲୋୟର ଶୁକତେଲ ଜଳସେଚନ ପ୍ରକଳ୍ପକୁ ନେଇ ତେଜିଲା ଶ୍ରେୟ ରାଜନୀତି । ସାମ୍ବାଦିକ ସମ୍ମିଳନୀରେ ପରସ୍ପରକୁ ଆରୋପ ପ୍ରତ୍ୟାରୋପ କଲେ କଂଗ୍ରେସ ଓ ବିଜେଡି । ଆଗକୁ ନିର୍ବାଚନ ଆସୁଥିବା ବେଳେ ମଳିନ ପଡିଥିବା ଛବିକୁ ସଜାଡ଼ିବାକୁ ବିଜେଡି ତରବରିଆ ଭାବେ ପ୍ରକଳ୍ପର ଉଦଘାଟନ କରିଥିବା କହିଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ପୁଅ ତଥା ଏଆଇସିସି ସଦସ୍ୟ ସମରେନ୍ଦ୍ର ମିଶ୍ର । ଅନ୍ୟପଟେ ଏହାର ଜବାବ ଦେଇ ନରସିଂହ ମିଶ୍ର ଓ ତାଙ୍କ ପରିବାର ବିକାଶର ପ୍ରକୃତ ବିରୋଧୀ ବୋଲି କହିଛନ୍ତି ପୂର୍ବତନ ସାଂସଦ ତଥା ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହ ଦେଓ ।

ସାମ୍ବାଦିକ ସମ୍ମିଳନୀରେ ଆଇସିସି ସଦସ୍ୟ ସମରେନ୍ଦ୍ର ମିଶ୍ର କହିଛନ୍ତି, '' ଅଧପନ୍ତରିଆ ଥିବା ପ୍ରକଳ୍ପକୁ ତରବରିଆ ଭାବେ ଉଦଘାଟନ କରାଯାଇଛି। ନିର୍ବାଚନ ପାଇଁ ଏଠି ମଳିନ ପଡିଥିବା ବିଜେଡି ତାର ଛବି ଠିକ କରିବା ପାଇଁ ପ୍ରକଳ୍ପର ଉଦଘାଟନ କରିଛି । ସ୍ଥାନୀୟ ବିଜେଡି ନେତୃବୃନ୍ଦ କେବେ ଏହି ପ୍ରକଳ୍ପକୁ ସମର୍ଥନ ଦେଇ ନଥିଲେ। ସେମାନେ ବିରୋଧ କରି ଆସୁଥିବା ବେଳେ ଏବେ ଏହାର ଶ୍ରେୟ ନେବା କଥା କହୁଛନ୍ତି। ଏପରିକି ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ସହର ସାରା ପୋଷ୍ଟର ମାରି ମିଛ ପ୍ରଚାର କରୁଛନ୍ତି। ମୋ ବାପା ବିଧାୟକ ହେବା ପରେ 2014 ରୁ ବଲାଙ୍ଗୀରର ବିକାଶ ହୋଇଛି । ରାସ୍ତା, ମେଡ଼ିକାଲ କଲେଜ, ଭିମ ଡୁଙ୍ଗୁରି ଭଳି ଏକାଧିକ ବିକାଶ କାମ ହୋଇଛି । ଏହାର ଶ୍ରେୟ ପ୍ରକୃତରେ ସେଠିକାର ବିସ୍ଥାପିତ ଲୋକ ଅଟନ୍ତି ଯାହାଙ୍କର ଏଯାଏଁ ସମସ୍ୟା ଦୂର ହୋଇ ନାହିଁ । ଏସବୁକୁ ନେଇ ଆଗାମୀ ଦିନରେ ଲୋକ ଉଚିତ ଜବାବ ଦେବେ । ''

ଏହା ମଧ୍ୟ ପଢନ୍ତୁ-ଲୋୟର ଶୁକତେଲ ପ୍ରକଳ୍ପ: ଶ୍ରେୟ ନେବାକୁ ତିନି ଦଳ ଭିତରେ ଟଣାଓଟରା

ସେପଟେ ବିଜେଡି ପକ୍ଷରୁ ପୂର୍ବତନ ସାଂସଦ ତଥା ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହ ଦେଓ ଏହାର ଜବାବ ରଖିଛନ୍ତି । ସେ କହିଛନ୍ତି, " ବିଧାୟକ ନରସିଂହ ମିଶ୍ର ଓ ତାଙ୍କ ପରିବାର ବିକାଶର ପ୍ରକୃତ ବିରୋଧୀ । ନରସିଂହ ମିଶ୍ର ଜଣେ ବରିଷ୍ଠ ଆଇନଜୀବୀ ହୋଇଥିବା ବେଳେ ମାଆମାନଙ୍କୁ ସଭାସ୍ଥଳରେ ଅସମ୍ମାନ ପ୍ରଦର୍ଶନ କରିଥିଲେ । ତାଙ୍କ ପରିବାର ଲୋକଙ୍କ ସ୍ୱାର୍ଥ ସାଧନ ନହେଲେ ସବୁ ଖରାପ ବୋଲି ସେମାନେ ଅଭିଯୋଗ କରିଥାନ୍ତି। ଏହି ପରିବାର ଦିର୍ଘ ଦଶ ବର୍ଷ ହେବ ଜିଲ୍ଲାର ସବୁ ଆବୋରି ଧରିଛନ୍ତି । କୌଣସି ପ୍ରକଳ୍ପ ବା ବିକାଶ କାମ ମୁଖମନ୍ତ୍ରୀ କରୁଥିବା ବେଳେ ଏହି ବିଧାୟକ ରାତି ଅଧରେ ଫଳକ ମାରି ଚୋରି ଶ୍ରେୟ ନେବାର ଚେଷ୍ଟା କରୁଛନ୍ତି । ଯାହା ବି ବିକାଶ ହୋଇଛି ସେ ସବୁ ଅନଙ୍ଗ ଉଦୟ ସିଂହ ଦେଓ ଓ ମୁଁ ସାଂସଦ ଥିବା ସମୟରେ ହୋଇଛି । "

ଗତ ବୁଧବାର ବଲାଙ୍ଗୀରରେ ଲୋୟର ଶୁକତେଲର ଜଳସେଚନ ପ୍ରକଳ୍ପର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ଉଦଘାଟନ ପରେ ମଞ୍ଚରେ ହିଁ ପ୍ରକଳ୍ପର ଶ୍ରେୟକୁ ତିନି ଦଳର ନେତା ପରସ୍ପର ବିରୋଧରେ ଆରୋପ ପ୍ରତ୍ୟାରୋପ ମଧ୍ୟ କରିଥିଲେ । ଆଗକୁ ଏହି ଶ୍ରେୟ ରାଜନୀତି କଣ ରୂପ ନେଉଛି ତାହା ଦେଖିବାକୁ ଅପେକ୍ଷା ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details