ବଲାଙ୍ଗୀର: ଜିଲ୍ଲାରେ ଏ ବର୍ଷ ବର୍ଷା ବିଳମ୍ବରେ ହୋଇଛି । ଗତ ଜୁନ ମାସରେ ଏଠି ବର୍ଷା ଆଦୌ ହୋଇନଥିବା ବେଳେ ଜୁଲାଇରେ ବର୍ଷା ଆରମ୍ଭ ହୋଇଛି । ତାହା ପୁଣି ସ୍ୱଳ୍ପ ବୃଷ୍ଟି । ଯାହା ଚାଷୀର ଚିନ୍ତା ବଢ଼ାଇ ଦେଇଛି । ସେପଟେ ଜିଲ୍ଲା କୃଷି ବିଭାଗ ମଧ୍ୟ ସ୍ୱଳ୍ପ ବୃଷ୍ଟିପାତକୁ ସ୍ୱୀକାର କରିଛି ।
ମୈସୁମୀ ବର୍ଷା ଭଲ ହେବ ବୋଲି ପାଣିପାଗ ବିଭାଗର ଆକଳନରେ ଚାଷୀ ଖୁସି ହୋଇଥିଲେ । ହେଲେ ବଲାଙ୍ଗୀରରେ ଅକ୍ଷୟ ତୃତୀୟରୁ ସାଧାରଣତଃ ଚାଷ କାମ ଆରମ୍ଭ ହୋଉଥିବା ବେଳେ ଏଥର ତାହା ଗୋଟିଏ ମାସ ପଛରେ ପଡ଼ି ଯାଇଛି । ଏହି ସମୟରେ ଚାଷୀଙ୍କ ଧାନ ଗଜା ଲଗାଇବାର ସମୟ ଥିବା ବେଳେ ଏ ସମୟରେ ଚାଷୀମାନେ ବିଲରେ ବିହନ ବୁଣି ନାହାଁନ୍ତି । ତେବେ ଆଗକୁ ମଧ୍ୟ ଏଭଳି ବର୍ଷାର ଲୁଚକାଳି ଜାରି ରହେ ତାହା ହେଲେ ଏ ବର୍ଷର ଧାନ ଚାଷ ହୋଇ ପାରିବ ନାହିଁ ।