ବଲାଙ୍ଗୀର :ଆସନ୍ତା ଜାନୁଆରୀ ମାସ 20 ତାରିଖରୁ ଅନୁଷ୍ଠିତ ହେବ ଲୋକଉତ୍ସବ ଓ ପଲ୍ଲିଶ୍ରୀ ମେଳା। ଏହା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ରାଜ୍ୟ ଓ ରାଜ୍ୟ ବାହାର କଳାକାର ଏକା ସାଙ୍ଗରେ ନିଜ କଳା ପ୍ରଦର୍ଶନ କରିବାର ସୁଯୋଗ ପାଇବେ । ଦୁଇ ବର୍ଷ ବ୍ୟବଧାନ ପରେ ବଲାଙ୍ଗୀରରେ ଧୁମଧାମରେ ଆୟୋଜିତ ହେବ ଲୋକ ଉତ୍ସବ ଓ ପଲ୍ଲିଶ୍ରୀ ମେଳା । ଏନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ବୈଠକରେ ଜିଲ୍ଲାର ସବୁ କଳା ଓ ସାଂସ୍କୃତିକ ସଂଗଠନ ସହିତ ସ୍ଥାନୀୟ ପ୍ରତିନିଧି ସାମିଲ ହୋଇଥିଲେ । ଏଥିରେ ଲୋକକଳା ଉତ୍ସବକୁ ଧୁମଧାମରେ ପାଳନ କରିବା ପାଇଁ ଆଲୋଚନା ହୋଇଛି । ଲୋକ ଉତ୍ସବ ସାଙ୍ଗକୁ ପଲ୍ଲୀଶ୍ରୀ ମେଳା ଓ ହକି ବିଶ୍ୱକପ୍ର ମଧ୍ୟ ଏଠାରେ ସିଧା ପ୍ରସାରଣର ବ୍ୟବସ୍ଥା ରହିବ ।