ବଲାଙ୍ଗୀର: ଜିଲ୍ଲାର ଲାଲ ବସତି ଅଞ୍ଚଳରେ ରାସ୍ତା କଡରେ ପଡିଛି ପିପିଇ କିଟ୍ । ଯାହାକୁ ନେଇ ସଂକ୍ରମଣ ଭୟରେ ରହିଛନ୍ତି ଅଞ୍ଚଳବାସୀ । ମହାମାରୀର ଭୟଙ୍କର ସ୍ଥିତିରେ ଏଭଳି ରାସ୍ତାକଡରେ ପିପିଇ କିଟ୍ ଦେଖି ସ୍ଥାନୀୟ ଡାକ୍ତରୀ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଲୋକମାନେ ପ୍ରଶ୍ନ ଉଠାଇଛନ୍ତି ।
ଗୋଟିଏ ପଟେ ଜିଲ୍ଲାରେ କୋରୋନା ମହାମାରୀ ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ସରକାର ଓ ପ୍ରଶାସନ ଲୋକଙ୍କୁ ସତର୍କ ରହିବା ସହ କୋଭିଡ ନିୟମ ମାନିବାକୁ କହିଛି । ହେଲେ ଅନ୍ୟପଟେ କୋରୋନା ପାଇଁ ବ୍ୟବହୃତ ପିପିଇ କିଟ୍ ଏଣେତେଣେ ପଡିଥିବାର ଦେଖିବାକୁ ମିଳୁଛି। କେବଳ ସହର ନୁହେଁ ଗ୍ରାମାଞ୍ଚଳ ଓ ଲାକ ବସତି ଅଞ୍ଚଳରେ ରାସ୍ତା ଉପରେ ଏହି ପିପିଇ କିଟ୍ ପଡିଥିବାର ଦେଖିବାକୁ ମିଳିଛି।