ବଲାଙ୍ଗୀର:ମଦ ଦୋକାନୀଙ୍କୁ ପିଟି ପିଟି ହତ୍ୟା । ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଅଞ୍ଚଳରେ ଏଭଳି ଏକ ନିର୍ମମ ହତ୍ୟାକାଣ୍ଡ ଘଟିଛି । ଫୋନ୍ ପେ ଓ ନଗଦ କ୍ୟାସ ଦେବାକୁ ନେଇ ଯୁକ୍ତିତର୍କରୁ ଏଭଳି ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡିଛି । ଚିକିତ୍ସାଧିନ ଅବସ୍ଥାରେ ଦୋକାନୀଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ 3 ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ ତଦନ୍ତ ଜାରି ରଖିଛି ।
ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟା ସମୟରେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଅଞ୍ଚଳରେ ଥିବା ଏକ ବିଦେଶୀ ମଦ ଦୋକାନକୁ 3 ଜଣ ବ୍ୟକ୍ତି ମଦ କିଣିବାକୁ ଯାଇଥିଲେ । ମଦ କିଣି ସାରିବା ପରେ ଫୋନ ପେ ମାଧ୍ୟମରେ ଟଙ୍କା ଦେବାକୁ ଗ୍ରାହକମାନେ କହିଥିବା ବେଳେ ଦୋକାନୀ କିନ୍ତୁ ଫୋନ ପେ ବଦଳରେ ନଗଦ ଟଙ୍କା ଦେବା ପାଇଁ କହିଥିଲେ । ଯାହାକୁ ନେଇ ଗ୍ରାହକ ଓ ଦୋକାନୀ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା । ପରେ ଏହା ଉଗ୍ର ରୂପ ଧାରଣ କରିଥିଲା । ବଚସା ପରେ ସେମାନଙ୍କ ମଧ୍ୟରେ ହାତାହାତି ଓ ମାରପିଟ ହୋଇଥିଲା । ଏକ ଠେଙ୍ଗା ସାହାଯ୍ୟରେ ଗ୍ରାହକ ଜଣକ ଦୋକାନୀ ଯୁବକ ଜଣଙ୍କୁ ଆକ୍ରମଣ କରିବାରୁ ଯୁବକ ଜଣକ ଗୁରୁତର ହୋଇଯାଇଥିଲେ ।
ଏହାମଧ୍ୟ ପଢନ୍ତୁ..ରକ୍ତର ଭାଇ ସାଜିଲା ରାକ୍ଷସ; ଭଉଣୀକୁ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଭାଇ ସମେତ ୫ ଗିରଫ