ଓଡିଶା

odisha

ETV Bharat / state

ପାର୍ସଲ ବୋମା ପୀଡିତାଙ୍କୁ ମିଳିଲା 2 ଲକ୍ଷର ଆର୍ଥିକ ସହାୟତା

ରାଜ୍ୟ ସରକାରଙ୍କ ଦ୍ବାରା ପାର୍ସଲ ବୋମା ଘଟଣାର ପୀଡିତଙ୍କୁ ମିଳିଲା ଆର୍ଥିକ ସହାୟତା ଯୋଗାଇ ଦେବା ସ୍କିମରେ 2ଲକ୍ଷ ଟଙ୍କାର ଆର୍ଥକ ସହାୟତା ଯୋଗାଇ ଦିଆଯାଇଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ବଲାଙ୍ଗିର

By

Published : May 9, 2019, 9:37 PM IST

ବଲାଙ୍ଗିର: ବହୁ ଚର୍ଚ୍ଚିତ ପାର୍ସଲ ବୋମା ଘଟଣାର ପୀଡିତଙ୍କୁ ଦିଆଗଲା ଆର୍ଥିକ ସହାୟତା । ରାଜ୍ୟ ସରକାରଙ୍କ ଦ୍ବାରା ପୀଡିତଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ସ୍କିମରେ 2ଲକ୍ଷ ଟଙ୍କାର ଆର୍ଥକ ସହାୟତା ଯୋଗାଇ ଦିଆଯାଇଛି । ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଆଜି ବିଭିନ୍ନ ଦୁଇଟି ମାମଲାର ପିଡୀତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବଲାଙ୍ଗିର

ଯେଉଁଥିରେ ପାଟଣାଗଡ ପାର୍ସଲ ବୋମା ଘଟଣାର ପିଡୀତା ମହିମା ସାହୁଙ୍କୁ 2ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ ପାଇଁ ଗତ ବର୍ଷ ୨୩ ଫେବୃଆରୀରେ ନିଷ୍ପତ୍ତି ହୋଇଥିଲା । ଯାହାର ପ୍ରଥମ ପର୍ଯ୍ୟାୟ ସହାୟତା ରାଶି ଭାବେ 50 ହଜାର ଟଙ୍କା ପ୍ରଦାନ କରାଯାଇଛି ।

ସେହିପିର ବଲାଙ୍ଗୀର ଏକ ଦୁଷ୍କର୍ମ ପିଡୀତା ନାବାଳିକାଙ୍କୁ ମଧ୍ୟ 6 ଲକ୍ଷ ଟଙ୍କା ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଥିବାବେଳେ ତାଙ୍କୁ ମଧ୍ୟ ପ୍ରଥମ ପର୍ଯ୍ୟାୟରେ 50 ହଜାର ଟଙ୍କା ପ୍ରଦାନ କରାଯାଇଛି ।

ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସ୍ଥାନୀୟ ବିକଳ୍ପ ବିବାଦ ସମାଧାନ କେନ୍ଦ୍ରରେ ଏହି ସହାୟତା ଦିଆଯାଇଛି । ଏଥିରେ ଜିଲ୍ଲା ଆଇନ ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲାଜଜ ଶ୍ରୀ ଚିତ୍ତରଞ୍ଜନ ମହାପାତ୍ର ଏହି ସହାୟତା ପ୍ରଦାନ କରିଥିଲେ ।

ବଲାଙ୍ଗିରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details