ଓଡିଶା

odisha

ETV Bharat / state

Lawn Bowls Championship: ବଲାଙ୍ଗୀରରେ ଲନ୍‌ ବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ - ବଲାଙ୍ଗୀରରେ ଲନ୍‌ ବଲ ଟୁର୍ନାମେଣ୍ଟ

ଓଡ଼ିଶା ଲନ୍‌ ବଲ୍‌ ସଂଘ, ଓ ଓଡିଶା ଅଲମ୍ପିକ ସଂଘ ଦ୍ବାରା ସୀକୃତି ପ୍ରାପ୍ତ ବଲାଙ୍ଗୀର ଲନ୍‌ ବଲ ସଂଘ ପକ୍ଷରୁ ବଲାଙ୍ଗୀରରେ ଲନ୍‌ ବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ । ଅଧିକ ପଢନ୍ତୁ

Lawn bowl championship inaugurated at balangir
ବଲାଙ୍ଗୀରରେ ଲନ୍‌ ବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ

By

Published : Dec 21, 2021, 9:57 PM IST

ବଲାଙ୍ଗୀର: ଜିଲ୍ଲାରେ ପ୍ରଥମ କରି ଆୟୋଜିତ ହୋଇଛି ଲନ୍‌ ବଲ ଟୁର୍ନାମେଣ୍ଟ। ଓଡ଼ିଶା ଲନ୍‌ ବଲ୍‌ ସଂଘ, ଓ ଓଡିଶା ଅଲମ୍ପିକ ସଂଘ ଦ୍ବାରା ସୀକୃତି ପ୍ରାପ୍ତ ବଲାଙ୍ଗୀର ଲନ୍‌ ବଲ ସଂଘ ତଥା ସ୍ଥାନୀୟ JSM ଘରୋଇ ବାଣିଜ୍ୟ କଲେଜର ସହଭାଗିତାରେ ଏହି ଟୁର୍ନାମେଣ୍ଟ ଆୟୋଜିତ ହୋଇଛି।

ଅଧିକ ପଢନ୍ତୁ: Etv Bharat Impact: ଭୋକର ଭୂଗୋଳରୁ ମହିଳା ଉଦ୍ଧାର ! ଅଳିଆ ଗଦାରୁ ଖାଉଥିଲେ ଖାଦ୍ୟ

ବଲାଙ୍ଗୀରରେ ଲନ୍‌ ବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ

ବଲାଂଗୀରର ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ ଏହି ଟୁର୍ନାମେଣ୍ଟକୁ ଉଦ୍‌ଘାଟନ କରିଛନ୍ତି। ମାତ୍ର କିଛି ବର୍ଷ ମଧ୍ୟରେ ବଲାଙ୍ଗୀ ଜିଲ୍ଲାରେ ଏହି ଖେଳ ପ୍ରତି ଖେଳାଳିଙ୍କ ଆଗ୍ରହ ବଢିଥିବା ବେଳେ ଜିଲ୍ଲାର ୯ ଜଣ ଖେଲାଳି ଖେଲୋ ଇଣ୍ଡିଆରେ ଭାଗ ନେଇ ବେଶ୍‌ ସଫଳ ହୋଇଛନ୍ତି ।

ଆଗକୁ ଏହି ଖେଳ ପାଇଁ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦିଆ ଗଲେ ଜାତୀୟ ଓ ଅନ୍ତର୍ଜାତୀୟ ତଥା ଅଲମ୍ପିକରେ ଏଠିକାର ଖେଳାଳି ସଫଳ ହେବେ ବୋଲି କୁହା ଯାଇଛି।

ସେହିପରି ଓଡ଼ିଶାରେ ଏହି ଖେଳକୁ ଲୋକପ୍ରିୟ କରିବାକୁ ଓଡିଶା ସରକାର ମଧ୍ୟ ନିକଟରେ 70 ଲକ୍ଷ୍ୟ ଟଙ୍କା ଅନୁଦାନ ଦେଇଛନ୍ତି। ଏଥିରେ ବଲାଙ୍ଗୀର ଓ ଭୁବନେଶ୍ବରରେ ଖେଳାଳିଙ୍କ ପାଇଁ ଷ୍ଟାଡିୟମ ନିର୍ମାଣ ହେବ ବୋଲି କହିଛନ୍ତି କଳିକେଶ ନାରାୟଣ ସିଂହ ଦେଓ।

ବଲାଙ୍ଗୀରରୁ ଶେକ ମହମ୍ମଦ ୱାହିଦ୍‌, ଇଟିଭି ଭାରତ

ABOUT THE AUTHOR

...view details