ବଲାଙ୍ଗୀର: ଯୁବପିଢ଼ିକୁ ଲାଗିଛି ଡନ ହେବାର ନିଶା। ଭୁବନେଶ୍ୱର ଓ କଟକ ପରେ ଏବେ ବଲାଙ୍ଗୀରରେ ଏକ ଯୁବ ଗୋଷ୍ଠୀଙ୍କ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ସେମାନେ ବିଭିନ୍ନ ମାରଣାସ୍ତ୍ର ଧରି ସମସ୍ତଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ବଲାଙ୍ଗୀରରେ କିଙ୍ଗ(KING) ଗ୍ରୁପର ଭାଇଗିରି ଆତଙ୍କ ଏବେ ଦେଖାଦେଇଛି । ଭୁବନେଶ୍ୱର କେବିଏନ (KBN ) ଗ୍ରୁପର ଭିଡିଓ ଭାଇରାଲ ପରେ ଏବେ ବଲାଙ୍ଗୀରରେ KING ଗ୍ରୁପର ଭାଇଗିରିର ଭିଡିଓ ଭାଇରାଲ ହେବାରେ ଲାଗିଛି ।
ପବ୍ଲିକ ଷଣ୍ଢ ପରେ ଏବେ King Group, ବଲାଙ୍ଗୀରରେ ଖେଳାଇଛି ଆତଙ୍କ
ଯୁବପିଢ଼ିକୁ ଘାରିଛି ଡନ ହେବାର ନିଶା । ଭୁବନେଶ୍ୱର ଓ କଟକ ପରେ ଏବେ ବଲାଙ୍ଗୀରରେ King Group ଖେଳାଇଛି ଆତଙ୍କ । ଅଧିକ ପଢନ୍ତ...
ଖଣ୍ଡା, ଭୁଜାଲି ସହ ବିଭିନ୍ନ ମାରଣାସ୍ତ୍ର ଧରି ଅଶ୍ଳୀଳ ଭାଷାରେ ଏକ ଭିଡିଓ ପ୍ରସ୍ତୁତ କରି ତାକୁ ସୋସିଆଲ ମିଡିଆରେ ଛାଡୁଛନ୍ତି KING ଗ୍ରୁପ । ଆଠରୁ ୧୦ଜଣ ଯୁବକ ହାତରେ ମାରଣାସ୍ତ୍ର ଧରି ସାମାଜିକ ଗଣମାଧ୍ୟମରେ ଫଟୋ ଛାଡିଛନ୍ତି । KING ଗ୍ରୁପର ଉତ୍ପାତ ଦେଖି ଲୋକେ ଭୟଭୀତ ହେଉଛନ୍ତି । ବଲାଙ୍ଗୀର ସହର ସମେତ ପୁଇଁତଲା ଓ ଲୋଇସିଂହା ଥାନା ଅଞ୍ଚଳରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଏମାନେ ଭାଇଗିରି ଦେଖାଉଛନ୍ତି । ଯାହାର କିଛି ଭିଡିଓ ଓ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । KBN ଗ୍ରୁପ ଉପରେ ଭୁବନେଶ୍ୱର ପୋଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାବେଳେ ବଲାଙ୍ଗୀର ପୋଲିସ ସବୁଜାଣି ଚୁପ ରହିଥିବା ନେଇ ସହରରେ ଚର୍ଚ୍ଚା ହେଉଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ