ଓଡିଶା

odisha

ETV Bharat / state

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରସଙ୍ଗ: ୨୮ ବର୍ଷ ହେଲାଣି ସରୁନି କାମ - ବଲାଙ୍ଗୀର-ଖୋର୍ଦ୍ଧା ରେଳପଥ ପ୍ରସଙ୍ଗ

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରସଙ୍ଗ । ଗତ ୨୮ ବର୍ଷ ଧରି କାମ ସରୁନଥିବା ବେଳେ ଏହା ଅନିଶ୍ଚିତତା ଘେରରେ ରହିଛି ବୋଲି କହିଛନ୍ତି ସୂଚନା ଅଧିକାରୀ କର୍ମୀ ହେମନ୍ତ ପଣ୍ଡା । ଅଧିକ ପଢନ୍ତୁ

ବଲାଙ୍ଗୀର-ଖୋର୍ଦ୍ଧା ରେଳପଥ ପ୍ରସଙ୍ଗ: ୨୮ ବର୍ଷ ହେଲାଣି ସରୁନି କାମ
ବଲାଙ୍ଗୀର-ଖୋର୍ଦ୍ଧା ରେଳପଥ ପ୍ରସଙ୍ଗ: ୨୮ ବର୍ଷ ହେଲାଣି ସରୁନି କାମ

By

Published : Feb 4, 2022, 4:50 PM IST

ବଲାଙ୍ଗୀର:ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଦେଶର ଅନ୍ୟତମ ବିଳମ୍ବିତ ରେଳ ପ୍ରକଳ୍ପ । କୋଟି କୋଟି ଟଙ୍କା ଅନୁଦାନ ଆସୁଛି, ହେଲେ ଆଗେଇ ପାରୁନି କାମ । ବର୍ଷେ କି ଦୁଇ ବର୍ଷ ନୁହେଁ 28 ବର୍ଷ ହେବ ଏହି ପ୍ରକଳ୍ପ ଶେଷ ହୋଇପାରୁନି । ପ୍ରତିବର୍ଷ ବଜେଟରେ ରେଳ ବିଭାଗକୁ ଅର୍ଥ ମିଳୁଥିବା ବେଳେ ଏହି କାମ ଶେଷ ହେଉନାହିଁ । ପ୍ରକଳ୍ପ ନାଁରେ ଲୋକଙ୍କୁ ଭୁଆଁ ବୁଲାଯାଉଛି ବୋଲି ଅଭିଯୋଗ ଆଣିଛନ୍ତି ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ।

ବଲାଙ୍ଗୀର-ଖୋର୍ଦ୍ଧା ରେଳପଥ ପ୍ରସଙ୍ଗ: ୨୮ ବର୍ଷ ହେଲାଣି ସରୁନି କାମ

ରେଳ ବଜେଟରେ କେନ୍ଦ୍ର ସରକାରଙ୍କ ଦାବିରୁ ଅଧିକ 891 କୋଟି ଟଙ୍କା ଏହି ପ୍ରକଳ୍ପ ପାଇଁ ଦେବାର ଘୋଷଣା କରିଛନ୍ତି । ହେଲେ ଏହି ପ୍ରକଳ୍ପ କେବେ ସରିବ ତାକୁ ନେଇ କୌଣସି ସ୍ପଷ୍ଟୀକରଣ କେନ୍ଦ୍ର ସରକାର ଦେଇନାହାନ୍ତି । ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ପରିକଳ୍ପନା ଗତ 1994-95 ମସିହାରେ ହୋଇଥିଲା ଏବଂ ସେତେବେଳେ ଏହାର ବ୍ୟୟ 426 କୋଟି ଟଙ୍କା ଧାର୍ଯ୍ୟ ହୋଇଥିଲା । ହେଲେ ପ୍ରକଳ୍ପ କାମରେ ବିଳମ୍ବ ହୋଇ ଆଜିକୁ ମୋଟ 289 କିମି ରେଳପଥ ମଧ୍ୟରୁ 28 ବର୍ଷ ପରେ ମାତ୍ର 106 କିମି କାମ ଏଯାଏଁ ହୋଇପାରିଛି ।

ସେହିପରି ବଲାଙ୍ଗୀର ପଟୁ ମାତ୍ର 10 କିମି ବିଛୁପାଳି ଯାଏଁ ରେଳପଥ ହୋଇପାରିଛି । ତେବେ ଅନ୍ୟପଟେ ରେଳ ପ୍ରକଳ୍ପ ପାଇଁ ସବୁ ବର୍ଷ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଘୋଷଣା କରିଛନ୍ତି । ହେଲେ ଏହା ସତ୍ତ୍ବେ କାହିଁକି କାମ ଆଗେଇ ପାରୁନାହିଁ ତାହାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ 2011-12 ବର୍ଷରୁ 2021 ପର୍ଯ୍ୟନ୍ତ 2801 କୋଟି ଟଙ୍କା ଘୋଷଣା କରିଛନ୍ତି । ଏହି ମଧ୍ୟରେ ଖର୍ଚ୍ଚ ହୋଇଛି ମାତ୍ର 1344.6 କୋଟି ଟଙ୍କା । ଅର୍ଥାତ ଘୋଷଣାର ଅଧା ବି ଖର୍ଚ୍ଚ ହୋଇପାରି ନାହିଁ ।

2015ରୁ ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟରେ ହୋଇଥିବା MOU ଗତ 2021ରେ ସରିଛି । କିନ୍ତୁ ଏଯାଏଁ ତାର ନବୀକରଣ ହୋଇ ପାରି ନାହିଁ । ସେହିପରି ରାଜ୍ୟ ସରକାର MOU ହେବା ପରେ ଆଜି ଯାଏଁ 483 କୋଟି ଟଙ୍କା ଅନୁଦାନ ଦେଇଥିବା ବେଳେ ସେଥିରୁ ଅଧା ମାତ୍ର 206 କୋଟି ଟଙ୍କା ଖର୍ଚ୍ଚ ହୋଇ ପାରିଛି । ଅର୍ଥାତ ଘୋଷଣା ଆବଣ୍ଟନ ଓ ଖର୍ଚ୍ଚ ମଧ୍ୟରେ ଆକାଶ ପାତାଳର ପାର୍ଥକ୍ୟ ରହୁଥିବା ବେଳେ ପ୍ରକଳ୍ପ ନାଁରେ ଲୋକାଙ୍କୁ ଭୁଆଁ ବୁଲା ଯାଉ ଥିବାର ସୂଚନା ଅଧିକାର କର୍ମୀ କହିଛନ୍ତି । ଏହି ପ୍ରକଳ୍ପର ଖର୍ଚ୍ଚ ଏବେ ୪ ହଜାର କୋଟି ହେବ ବୋଲି ସେ କହିଛନ୍ତି । ସମାନ ଭାବରେ ଏହା କେବେ ସମ୍ପୂର୍ଣ ହେବ ତାହା ଅନିଶ୍ଚିତତା ମଧ୍ୟରେ ଥିବାର ସେ କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details