ଓଡିଶା

odisha

ETV Bharat / state

ଲକ୍ଷପତି ଲକ୍ଷ୍ୟରେ କାଠମାଫିଆ ସାଜି ଶିକ୍ଷକ ଗିରଫ

କାଠ ମାଫିଆ ଭାବେ ଗିରଫ ହୋଇ ଚର୍ଚ୍ଚାରେ ବଲାଙ୍ଗୀର ଶିକ୍ଷକ । ଗୁଡିଭେଳା ବ୍ଳକ ବଡ଼ବାହାଲ ଗାଁ ପ୍ରାଇମେରି ସ୍କୁଲର ଶିକ୍ଷକ ବିରେନ୍ଦ୍ର ଷଡଙ୍ଗୀ ।

By

Published : Jul 1, 2019, 8:34 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର: ଭଦ୍ରମୁଖା ତଳେ ଲୁଚି ରହିଛି କାଠ ମାଫିଆ । ପେସାରେ ଜଣେ ଶିକ୍ଷକ ହୋଇଥିଲେ ବି କାମ କିନ୍ତୁ ମାଫିଆଙ୍କର । ବଲାଙ୍ଗୀରରେ ଜଣେ ଏଭଳି ଶିକ୍ଷକଙ୍କୁ ବନ ବିଭାଗ ଗିରଫ କରିବା ପରେ ଶିକ୍ଷକ ଏବେ ଚର୍ଚ୍ଚାରେ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବଲାଙ୍ଗୀର

ଗିରଫ ହୋଇଥିବା ଶିକ୍ଷକ ଜଣକ ହେଲେ ବଲାଙ୍ଗୀର ଗୁଡିଭେଳା ବ୍ଳକ ବଡ଼ବାହାଲ ଗାଁ ପ୍ରାଥମିକ ସ୍କୁଲର ଶିକ୍ଷକ ବିରେନ୍ଦ୍ର ଷଡଙ୍ଗୀ । ଶିକ୍ଷକତା କରିବା ସହ ରାତାରାତି ମାଲାମାଲ ହେବାକୁ ଚିନ୍ତା କରି ଗୁଡ଼ଭେଳା ବ୍ଲକ ଅନ୍ତର୍ଗତ ଜଙ୍ଗଲରୁ କାଠ ଚାଲାଣ କରୁଥିବାବେଳେ ତାଙ୍କୁ କାବୁ କରିଛି ବନ ବିଭାଗ । ଏହାସହ ଦୁଇଟି ବାଉଁଶ ବୋଝେଇ ଟ୍ରକ, ତିନୋଟି ମୋବାଇଲ ଇତ୍ୟାଦି ବନ ବିଭାଗ ଏମାନଙ୍କଠୁ ଜବତ କରିଛି ।

ସୂଚନା ଅନୁସାରେ, ରବିବାର ଦୁଇଟି ଟ୍ରକରେ ବେଆଇନ ଭାଵରେ ଲକ୍ଷାଧିକ ଟଙ୍କାର ବାଉଁଶ ଚାଲାଣ ହେଉଥିବା ଖବର ପାଇବା ପରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଏହି ଚଢ଼ାଉରେ କାଠ ମାଫିଆ ଶିକ୍ଷକ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି ।

ତେବେ ଶିକ୍ଷକ ଜଣକ ଚୋରାଚାଲାଣର ମାଷ୍ଟ୍ରର ମାଇଣ୍ଡ ଥିବାବେଳେ ଗାଁ ଲୋକଙ୍କୁ ଲଗାଇ ଜଙ୍ଗଲରୁ କାଠ ଚୋରି କରୁଥିବାର ବନ ବିଭାଗ କହିଛି । ସେପଟେ ଶିକ୍ଷକ ଜଣକ ଏଥିରେ ସମ୍ପୃକ୍ତ ନଥିବାର ସଫେଇ ଦେଇଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details