ବଲାଙ୍ଗୀର: ଜିଲ୍ଲାରେ କୋଭିଡ ନିୟମ ଉଲଙ୍ଘନ ଅଭିଯୋଗରେ ସିଲ୍ ହେଲା ଦୁଇଟି ବ୍ୟାଙ୍କ । ଏପଟେ କୋରୋନା ସଂକ୍ରମଣ ଦୃତ ଗତିରେ ବଢ଼ି ଚାଲିଥିବା ବେଳେ ଲକଡାଉନକୁ କଡା କଡ଼ି ଭାବରେ ପାଳନ କରାଯାଉଛି । ହେଲେ ଏ ମଧ୍ୟରେ କିଛି ବ୍ୟାଙ୍କ କୋରୋନା କଟକଣାକୁ ଖୁଲମଖୁଲା ଉଲଂଘନ କରି ବ୍ୟାଙ୍କ ମଧ୍ୟରେ ଲୋକଙ୍କ ପ୍ରବଳ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି ।
କୋଭିଡ ନିୟମ ଉଲଙ୍ଘନ ଅଭିଯୋଗରେ 2ଟି ବ୍ୟାଙ୍କ ସିଲ କଲା କଣ୍ଟାବାଞ୍ଝି ଏନ୍ଏସି - Kantabanji NAC sealed 2 banks
ବଲାଙ୍ଗୀରରେ କୋଭିଡ ନିୟମ ଉଲଙ୍ଘନ ଅଭିଯୋଗରେ ସିଲ୍ ହେଲା ଦୁଇଟି ବ୍ୟାଙ୍କ । କୋରୋନା କଟକଣାକୁ ଖୁଲମ୍ ଖୁଲା ଉଲଂଘନ କରି ବ୍ୟାଙ୍କ ମଧ୍ୟରେ ଲୋକଙ୍କ ପ୍ରବଳ ଭିଡ଼ ଜମାଇଥିବାରୁ ଏସବିଆଇ ମୁଖ୍ୟ ଶାଖା ଓ ୟୁନିୟନ୍ ବ୍ୟାଙ୍କକୁ ଦୁଇ ଦିନ ପାଇଁ ସିଲ କରିଛି କଣ୍ଟାବାଞ୍ଝି ଏନ୍ଏସି । ଅଧିକ ପଢନ୍ତୁ...
କୋଭିଡ ନିୟମ ଉଲଙ୍ଘନ ଅଭିଯୋଗରେ 2ଟି ବ୍ୟାଙ୍କ ସିଲ କଲା କଣ୍ଟାବାଞ୍ଜି ଏନ୍ଏସି
ତେବେ ଏନେଇ କଣ୍ଟାବାଞ୍ଝିର ଏସବିଆଇ ମୁଖ୍ୟ ଶାଖା ଓ ୟୁନିୟନ୍ ବ୍ୟାଙ୍କକୁ ଦୁଇ ଦିନ ପାଇଁ ସିଲ କରିଛି କଣ୍ଟାବାଞ୍ଜି ଏନ୍ଏସି । ଏବଂ ଆଗକୁ ଏହି ବ୍ୟାଙ୍କ ଯଦି ପୁନର୍ବାର ନିୟମ ଉଲଂଘନ କରେ, ତେବେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏନ୍ଏସି ସୂଚନା ଦେଇଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ