ବଲାଙ୍ଗୀର: ସାମ୍ବାଦିକଙ୍କୁ ଖୁବଶୀଘ୍ର ଦିଆଯିବ ଟିକା । ବଲାଙ୍ଗୀର ଜିଲ୍ଲାରେ କାର୍ଯ୍ୟରତ କୋରୋନା ସମ୍ମୁଖ ଯୋଦ୍ଧା ସାମ୍ବାଦିକଙ୍କୁ ଦିଆଯିବ କୋରୋନା ଟିକା ସ୍ପଷ୍ଟ କଲେ ଜିଲ୍ଲାପାଳ।
ବଲାଙ୍ଗୀରରେ ସାମ୍ବାଦିକଙ୍କୁ ଦିଆଯିବ ଟିକା - କୋରୋନା ଟୀକାକରଣ ଖବର
ବଲାଙ୍ଗୀର ଜିଲ୍ଲାରେ କାର୍ଯ୍ୟରତ କୋରୋନା ସମ୍ମୁଖ ଯୋଦ୍ଧା ସାମ୍ବାଦିକଙ୍କୁ ଦିଆଯିବ କୋରୋନା ଟିକା ସ୍ପଷ୍ଟ କଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ...
ଜିଲ୍ଲାରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି। ଏଥିରେ ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକ ମାନେ ମଧ୍ୟ ସଂକ୍ରମିତ ହେବା ସହ ଆଜି ଯାଏଁ ଜିଲ୍ଲାର ଚାରି ଜଣ ସାମ୍ବାଦିକ ପ୍ରାଣ ହରାଇ ସାରିଛନ୍ତି । ତେବେ ରାଜ୍ୟରେ ପୂର୍ବରୁ ଉପେକ୍ଷିତ ଥିବା ସାମ୍ବାଦିକ ମାନଙ୍କୁ ବିଳମ୍ବରେ ରାଜ୍ୟ ସରକାର କୋରୋନା ସମ୍ମୁଖ ଯୋଦ୍ଧା ବୋଲି ଘୋଷଣା କରିଛନ୍ତି । ସେହିପରି ଜିଲ୍ଲାରେ ଏହି ସମ୍ମୁଖ ଯୋଦ୍ଧାଙ୍କୁ ମଧ୍ୟ କୋରୋନା ଟିକା ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ତେବେ ଏଥିପାଇଁ ଏକ ସ୍ୱତନ୍ତ୍ର କ୍ୟାମ୍ପ କରାଯିବ ଓ ଜିଲ୍ଲାର କାର୍ଯ୍ୟରତ ସବୁ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଖୁବ ଶୀଘ୍ର ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ