ଓଡିଶା

odisha

By

Published : Jun 16, 2023, 10:56 PM IST

ETV Bharat / state

ଝାଡ଼ଖଣ୍ଡର ବିଧାୟକ ଷ୍ଟିଫେନ ମାରାଣ୍ଡି ଅସୁସ୍ଥ, ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି

ଝାଡ଼ଖଣ୍ଡର ରାଜ୍ୟର ବିଧାୟକ ଷ୍ଟିଫେନ ମାରାଣ୍ଡି ଗୁରୁତର ଅସୁସ୍ଥ । ଗୁରୁତର ଅବସ୍ଥାରେ ପ୍ରଥମେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ ଓ ପରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଧିକ ପଢ଼ନ୍ତୁ

stephen Marandi hospitalized
ସ୍ଟିଫେନ ମାରାଣ୍ଡି ଗୁରୁତର ଅସୁସ୍ଥ

ବଲାଙ୍ଗୀର: ଝାଡ଼ଖଣ୍ଡ ରାଜ୍ୟର ବିଧାୟକ ତଥା ପୂର୍ବତନ ବାଚସ୍ପତି ଷ୍ଟିଫେନ ମାରାଣ୍ଡି ଅସୁସ୍ଥ । ଗୁରୁତର ଅବସ୍ଥାରେ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଟ୍ରେନରେ ଯାତ୍ରା କରୁଥିବା ବେଳେ ଗୁରୁତର ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ବଲାଙ୍ଗୀର ରେଳଷ୍ଟେସନରେ ତାଙ୍କୁ ଓଲ୍ହାଯିବା ପରେ ଭୀମ ଭୋଇ ମେଡ଼ିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ:ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଆମ୍ବୁଲାନ୍ସ ଧକ୍କାରେ ଯାଇଥିଲା ଜୀବନ

ସୂଚନା ଅନୁସାରେ, ଝାଡ଼ଖଣ୍ଡ ରାଜ୍ୟର ବର୍ତ୍ତମାନର ବିଧାୟକ ତଥା ପୂର୍ବତନ ଝରଖଣ୍ଡ ବିଧାନସଭା ବାଚସ୍ପତି ଷ୍ଟିଫେନ ମାରାଣ୍ଡି ଆଜି ସନ୍ଧ୍ୟାରେ ଗୁରୁତର ଅସୁସ୍ଥ ହୋଇ ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେ ଭେଲୋରରୁ ଝାଡ଼ଖଣ୍ଡ ଟ୍ରେନ ଯୋଗେ ଯାଉଥିବା ବେଳେ ବାଟରେ ଗୁରୁତର ଅସୁସ୍ଥ ଅନୁଭବ କରିଥିଲେ । ଏହାପରେ ତାଙ୍କୁ ବଲାଙ୍ଗୀର ରେଳ ଷ୍ଟେସନରେ ଓଲ୍ହାଇବାକୁ ପଡ଼ିଥିଲା । ରେଳ ଷ୍ଟେସନରୁ ତାଙ୍କୁ ଶୀଘ୍ର ଆମ୍ବୁଲାନ୍ସ ଯୋଗେ ଭୀମ ଭୋଇ ମେଡ଼ିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଗଲା । ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ଗିରିଜା ଉଦ୍ଗାତାଙ୍କ ନେତୃତ୍ବରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ:ମୋ ଘର ପାଇଁ ଆବେଦନ ଆରମ୍ଭ; ଆଦିବାସୀଙ୍କ ପାଇଁ ବ୍ୟବସ୍ଥା ଦାବି କଲା କଂଗ୍ରେସ, ବିଜେପି କହିଲା ନିର୍ବାଚନୀ ଚାଲ୍‌

ତେବେ ତାଙ୍କ ଅମ୍ଳଜାନ ସ୍ତର କମ ରହିଥିବା ବେଳେ ଏଠି ତାଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଛି । ସେହିପରି ଅଧିକ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାକୁ ତାଙ୍କୁ ସ୍ଥାନାନ୍ତରିତ କରାଯାଇଛି । ବଲାଙ୍ଗୀର ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱବାଧାନରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧାରୁଆ, ବଲଙ୍ଗୀର ଅତିରକ୍ତ ଏସପି ନିଜେ ସେଠାରେ ଉପସ୍ଥିତ ରହିଥିଲେ । ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ସହ ପୋଲିସ ତାଙ୍କୁ ଆମ୍ବୁଲାନ୍ସ ଦ୍ୱାରା ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଛିନ୍ତି । ସେପଟେ ବିଧାୟକ ଷ୍ଟିଫେନ୍ ମାରାଣ୍ଡିଙ୍କ ସହ ତାଙ୍କର ଝିଅ ଥିବା ଜଣାପଡ଼ିଛି । ପ୍ରଶାସନ ପକ୍ଷରୁ ତାଙ୍କ ଚିକିତ୍ସା ପ୍ରତି ଗୁରୁତ୍ବ ଦିଆଯାଇଛି । ତେବେ ଏନେଇ ପ୍ରଶାସନ କିମ୍ବା ମେଡ଼ିକାଲ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ଏବେବି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାର ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ:ଦେବାଶିଷ ସାମନ୍ତରାୟଙ୍କୁ ମନ୍ତ୍ରୀ କରିବେ ମୁନ୍ନା ଖାନ ! କହିଲେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଜିଦି କରିବି

ଇଟିଭି ଭାରତ, ବଲାଙ୍ଗୀର

For All Latest Updates

ABOUT THE AUTHOR

...view details