ବଲାଙ୍ଗୀର:ଆଖିରେ ଥିଲା ଆଖିଏ ସ୍ବପ୍ନ । ଏଇତ ଜୀବନକୁ ଜୀଇଁବା ଆରମ୍ଭ କରିଥିଲେ । କଣ ଭୁଲ ଥିବା ତାଙ୍କର । କେବଳ ସତର ସାଥ ଦେଇଥିଲେ । ଅନ୍ୟାୟ ବିରୁଦ୍ଧରେ ସ୍ବର ଉଠାଇଥିଲେ । ସତର ପର୍ଦ୍ଦାଫାସ କରିବାକୁ ଚେଷ୍ଟା ତାଙ୍କୁ ମୃତ୍ୟୁମୁଖରେ ପକାଇଲା । କଣ ହେଉଥିବ ସେ ମାଆବାପାଙ୍କ ଅବସ୍ଥା ବଢିଲା ଝିଅକୁ ହରାଇ । ଆମେ କହୁଛୁ ବଲାଙ୍ଗୀର ଶିଷୟିତ୍ରୀ ମମିତା ମେହେରଙ୍କ କଥା ଯାହାଙ୍କୁ ହତ୍ୟା କରାଯାଇଛି । ମମିତାଙ୍କ ମୃତ୍ୟୁକୁ ୨୦ ଦିନ ବିତିଛି । ଆଜି ବି ଘରଠୁ ନେଇ ଗାଁ ତାଙ୍କୁ ଝୁରୁଛି । ଦୋଷୀକୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।
ବଲାଙ୍ଗୀର କଣ୍ଟାବାଞ୍ଜିକୁ ଲାଗି ଥିବା ଛୋଟ ଝରଣୀ ଗାଁ ଝିଅ ମମିତା ମେହେର । ଜଣେ ମେଧାବୀ ଛାତ୍ରୀ ଥିଲେ ମମିତା । ବେଶ୍ ଖୁସି ମିଜାଜ ଓ ମିଳାପି ଥିଲେ ସେ । ସମ୍ପର୍କୀୟ ସହପାଠୀ ସମସ୍ତଙ୍କ ସହ ତାଙ୍କର ମିଠା ସମ୍ପର୍କ ଥିଲା । ଗାଁ ସ୍କୁଲରୁ ପାଠପଢ଼ା ପରେ ପାଟଣାଗଡ଼ ଓ ରାୟପୁରରୁ ଉଚ୍ଚ ଶିକ୍ଷା ପ୍ରାପ୍ତ କରିଥିଲେ। ନିଜ ଗୋଡ଼ରେ ଛିଡ଼ା ହେବା ପାଇଁ ସେ ବର୍ଷେ ତଳେ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଗ୍ରାମର ସନ୍ ସାଇନ୍ ପବ୍ଲିକ ସ୍କୁଲରେ ଶିକ୍ଷୟତ୍ରୀ ଭାବରେ ଚାକିରି କରିଥିଲେ। ହେଲେ ତାଙ୍କର ଏହି କର୍ମଭୂମି ତାଙ୍କର ମୃତ୍ୟୁର କାରଣ ହେବ ସେ ଜାଣି ନ ଥିଲେ । କଲେଜରେ କିଛି ଅନୈତିକ କାର୍ଯ୍ୟ ଚାଲୁଥିବା ନେଇ ଜାଣି ପାରିଥିଲେ ମମିତା । ଯାହାର ପ୍ରତିବାଦ କରିଥିଲେ । ହେଲେ ତାଙ୍କ ପାଟିକୁ ସବୁଦିନ ପାଇଁ ବନ୍ଦ କରିଦିଆ ଗଲା । ସନସାଇନ ସ୍କୁଲ ପରିଚାଳନା ମୁଖ୍ୟ ଗୋବିନ୍ଦ ସାହୁ ନିର୍ମମ ଭାବରେ ମମିତାଙ୍କୁ ହତ୍ୟା କଲା ।