ଓଡିଶା

odisha

ETV Bharat / state

କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ ଘଟଣା: ସ୍ତ୍ରୀଙ୍କ ଅଭିଯୋଗ, ଯନ୍ତ୍ରୀ ଉଦ୍ଧାର - rescue

ପାଟଣାଗଡରେ ବିଧାୟକ କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ କରାଇବା ଘଟଣାରେ ଟ୍ବିଷ୍ଟ । ଅପହରଣ ଅଭିଯୋଗ ଆଣିଲେ ଯନ୍ତ୍ରୀଙ୍କ ପତ୍ନୀ । ଆଜି(ଶୁକ୍ରବାର) ସକାଳୁ ଛାନଭିନ୍‌ ପରେ ଉଦ୍ଧାର କଲା ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

By

Published : Jun 7, 2019, 12:34 PM IST

ବଲାଙ୍ଗୀର: ପାଟଣାଗଡରେ ଗତକାଲି ବିଧାୟକଙ୍କ ଦବଙ୍ଗଗିରି ସାମନାକୁ ଆସିବା ପରେ ତାକୁ ନେଇ ତୁମ୍ବି ତୋଫାନ ହୋଇଛି । ବିଶେଷ କରି ଆଦିବାସୀ ସଂଘ ଆଗକୁ ଆସି ବିଧାୟକଙ୍କ ଏହି ବ୍ୟବହାର ଓ ଆଚରଣକୁ ଘୋର ବିରୋଧ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ସେହିପରି ଏହାକୁ ନେଇ ଗୁରୁବାର ରାତିରେ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କ ସ୍ତ୍ରୀ ପ୍ରବୀଣା ରାଜହଂସ ପାଟଣାଗଡ ଥାନାରେ ବିଧାୟକ ସରୋଜ ମେହେରଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଅପହରଣ ଅଭିଯୋଗ ପାଇବା ପରେ ପୋଲିସ ଖାନତଲାସୀ କରି କନିଷ୍ଠ ଯନ୍ତ୍ରୀଙ୍କୁ ଆଜି (ଶୁକ୍ରବାର) ସକାଳୁ ଖରିଆରରୁ ଉଦ୍ଧାର କରିଛି ।

ତେବେ ଉଦ୍ଧାର ପାଇବା ପରେ ତାଙ୍କୁ ଗମ୍ଭାରୀ ଗ୍ରାମରେ ସର୍ବସମ୍ମୁଖରେ ୧୦୦ ଥର ଉଠବସ କରାଇବା ସହ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିବା କହିଛନ୍ତି କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବର । ସେହିପରି ଜାତିଆଣ ଗାଲିଗୁଲଜ ମଧ୍ୟ ବିଧାୟକ କରିଥିବା ସେ ଅଭିଯୋଗ କରିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍‌, ଇଟିଭି ଭାରତ

ABOUT THE AUTHOR

...view details