ଓଡିଶା

odisha

ETV Bharat / state

ବଲାଙ୍ଗୀର ବନ୍ୟା ବିଭିଷୀକାକୁ ଦୁଇ ମାସ, ଏଯାଏଁ ମିଳିନି କ୍ଷତିପୁରଣ - ବନ୍ୟା ପ୍ରପୀଡିତଙ୍କୁ ମିଳିନି କ୍ଷତିଗ୍ରସ୍ତ

ବଲାଙ୍ଗୀର ଜିଲ୍ଲାରେ ବନ୍ୟା ବିଭିଷୀକାକୁ ଦୁଇ ମାସ ବିତିଲାଣି । ହେଲେ ଏବେବି ବନ୍ୟା ପ୍ରପୀଡିତଙ୍କୁ ମିଳିନି କ୍ଷତିପୂରଣ । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଯାହାକୁ ତ୍ରୀବନିନ୍ଦା କରିଛନ୍ତି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ।

ବଲାଙ୍ଗୀରରେ ବନ୍ୟା ବିଭିଷୀକାକୁ ଦୁଇ ମାସ ବିତିଛି

By

Published : Oct 10, 2019, 10:58 PM IST

ବଲାଙ୍ଗୀର: ଜିଲ୍ଲା ପାଇଁ ଅଗଷ୍ଟ 13 ଓ 14 ତାରିଖ ଆଣି ଦେଇଥିଲା ବିଭୀଷିକା । ସମଗ୍ର ବଲାଙ୍ଗୀର ଜିଲ୍ଲାର ଗ୍ରାମାଞ୍ଚଳ ଠାରୁ ସହର ପର୍ଯ୍ୟନ୍ତ ସବୁଠି ବନ୍ୟା ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା । ତେବେ ଏହାକୁ ମାସ ଉପରେ ମାସ ବିତିଛି ହେଲେ ଏଯାଏଁ ମିଳିନି କୌଣସି କ୍ଷତିପୁରଣ । କେନ୍ଦ୍ର ଓ ରାଜ୍ୟର ବିଭିନ୍ନ ମନ୍ତ୍ରୀ ସମୀକ୍ଷା କରିଥିବା ବେଳେ ବନ୍ୟା ପ୍ରପୀଡିତ ଆଜିବି ଦୂର୍ଦ୍ଦିନରେ ସମୟ କାଟୁଛନ୍ତି । ତେବେ ଏହିଭଳି ପରିସ୍ଥିତି ରହିଲେ ଆଗକୁ ବଡ ଆନ୍ଦୋଳନ ଦାନା ବାନ୍ଧିବା ନିଶ୍ଚିତ ହୋଇଯାଇଛି ।

ବଲାଙ୍ଗୀରରେ ବନ୍ୟା ବିଭିଷୀକାକୁ ଦୁଇ ମାସ ବିତିଛି

ବନ୍ୟାରେ ବଲାଙ୍ଗୀର ଜିଲ୍ଲାର ହଜାର ହଜାର ହେକ୍ଟର ଚାଷ ଜମି ବାଲିଚର ହୋଇଥିବା ବେଳେ ହଜାରେରୁ ଉର୍ଦ୍ଧ୍ବ ଲୋକଙ୍କ ଘର ମାଟିରେ ମିଶିଥିଲା । ତେବେ ଆଜି ବି ଏହି ବନ୍ୟା ପ୍ରଭାବିତଙ୍କ ଦୁଃଖ ଯେମିତିକୁ ସେମିତି ରହିଛି । ମିଳିଛି କେବଳ କିଛି ପଲିଥିନ ଓ ରିଲିଫ ଭାବରେ କିଛି ଖାଇବାକୁ । ଏବେବି ଏଠି ଜୀବନ ଗଛତଳେ ବିତୁଥିବା ବେଳେ କୌଣସି ପଟୁ ସାହାଯ୍ୟ ମିଳି ନଥିବାର ଲୋକେ କହୁଛନ୍ତି ।

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆସି ହେଲିକେପ୍ଟର ଯୋଗେ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ । ଜିଲ୍ଲା ପ୍ରଶାସନ ସହିତ ଏହାର ସମୀକ୍ଷା ମଧ୍ୟ କରିଥିଲେ । ସମାନ ଭାବରେ ରାଜ୍ୟର ତିନି ମନ୍ତ୍ରୀ ବିଭିନ୍ନ ସମୟରେ ଆସି ସମୀକ୍ଷା କରିଗଲେ । ହେଲେ ଏହା କେବଳ ସମୀକ୍ଷା ମଧ୍ୟରେ ସୀମିତ ଥିବାବେଳେ ବନ୍ୟା ପ୍ରପୀଡିତ ଆଜି ବି ଦୂର୍ଦ୍ଦିନରେ ସମୟ କାଟୁଛନ୍ତି । ସେପଟେ ଏହାକୁ ନେଇ ତୀବ୍ର ନିନ୍ଦା କରିଛନ୍ତି ବଲାଙ୍ଗୀର ବିଧାୟକ ଏବଂ ଶୀଘ୍ର କ୍ଷତିପୁରଣ ନ ମିଳିଲେ ଆଗକୁ ବଡ଼ ଆନ୍ଦୋଳନ ହେବ ବୋଲି କହିଛନ୍ତି ।


ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details