ଓଡିଶା

odisha

ବଲାଙ୍ଗୀର ବିଜେପିରେ ବିବାଦ, ଅଣଓଡିଆ ନା ରାଜାଘର, କିଏ ଧରିବ ପଦ୍ମ କମାଣ?

By ETV Bharat Odisha Team

Published : Oct 13, 2023, 2:10 PM IST

ବଲାଙ୍ଗୀର ବିଜେପିରେ ବିବାଦ । ଦୀର୍ଘ ବର୍ଷ ଧରି ବିଜେପି ଭାର ସମ୍ଭାଳି ଆସିଥିବା ରାଜା ଘର ଓ ଅଣଓଡ଼ିଆ ନେତା ବଳରାମ ସିଂହକୁ ନେଇ ବିବାଦ ମୁଣ୍ଡ ଟେକିଛି । କିଏ ଆଗାମୀ ନିର୍ବାଚନରେ ବଲାଙ୍ଗୀରରେ ପଦ୍ମ କମାଣ ଧରିବ ସେନେଇ ଚର୍ଚ୍ଚା ଜୋର ଧରିଛି । ଆଗକୁ ପଢ଼ନ୍ତୁ

ବଲାଙ୍ଗୀର ବିଜେପିରେ ବିବାଦ, ଅଣଓଡିଆ ନା ରାଜାଘର, କିଏ ଧରିବ ପଦ୍ମ କମାଣ?
ବଲାଙ୍ଗୀର ବିଜେପିରେ ବିବାଦ, ଅଣଓଡିଆ ନା ରାଜାଘର, କିଏ ଧରିବ ପଦ୍ମ କମାଣ?

ବଲାଙ୍ଗୀର ବିଜେପିରେ ବିବାଦ, ଅଣଓଡିଆ ନା ରାଜାଘର, କିଏ ଧରିବ ପଦ୍ମ କମାଣ?

ବଲାଙ୍ଗୀର: ବଲାଙ୍ଗୀର ବିଜେପିରେ ବିବାଦ । ଦୀର୍ଘ ବର୍ଷ ଧରି ବିଜେପି ଭାର ସମ୍ଭାଳି ଆସିଥିବା ରାଜା ଘର ଓ ଅଣଓଡ଼ିଆ ନେତା ବଳରାମ ସିଂହକୁ ନେଇ ବିବାଦ ମୁଣ୍ଡ ଟେକିଛି । କିଏ ଆଗାମୀ ନିର୍ବାଟନରେ ବଲାଙ୍ଗୀରରେ ପଦ୍ମ କମାଣ ଧରିବ ସେନେଇ ଚର୍ଚ୍ଚା ଜୋର ଧରିଛି ।
ସାଧାରଣ ନିର୍ବାଚନକୁ ଆଉ କିଛି ମାସ ବାକି ଥିବା ବେଳେ ବଲାଙ୍ଗୀର ରାଜନୀତି ଏବେ ଚର୍ଚ୍ଚାରେ ରହିଛି । ବଲାଙ୍ଗୀର ବିଜେପିରେ ରାଜାଘରର ପତିଆରା ଦୀର୍ଘ ଦିନ ଧରି ଚାଲିଆସିଥିବା ବେଳେ ବର୍ତ୍ତମାନ ଜଣେ ଅଣଓଡ଼ିଶା ନେତା ବଳରାମ ସିଂହ ବଲାଙ୍ଗୀର ବିଜେପିରେ ଏଣ୍ଟ୍ରି କରିଛନ୍ତି । ଯାହାଦ୍ବାରା ବିଜେପି 2 ଫାଳ ହୋଇଥିବା ଦେଖିବାକୁ ମିଳିଛି । ପାଟଣା ମହାରାଜା ତଥା ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପାଟଣା ମହାରାଣୀ ତଥା ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂହଦେଓ ବିଜେପିରେ ଦୀର୍ଘ ବର୍ଷ ଧରି ରାଜୁତି ଚଳେଇ ଆସୁଛନ୍ତି । ସେହିପରି ବଲାଙ୍ଗୀର ତଥା ସୋନପୁର ଜିଲ୍ଲାରେ କିଏ ବିଜେପି ଟିକେଟ୍‌ ପାଇବ ତାହା ମଧ୍ୟ ଏମାନଙ୍କ ଇଙ୍ଗିତରେ ହିଁ ହୋଇଥାଏ । ଏବଂ ସବୁବେଳେ ତାଙ୍କ ଅନୁଗତ ହିଁ ଟିକେଟ୍‌ ପାଇ ଆସିଛନ୍ତି । ହେଲେ ଏହି ରାଜନୈତିକ ଗଣିତ ଏବେ କିଛି ବଦଳିବାରେ ଲାଗିଛି ।

ଏହାମଧ୍ୟ ପଢନ୍ତୁ..ବହୁ ପ୍ରତୀକ୍ଷିତ ବଲାଙ୍ଗୀର ବାଇପାସ କାମ ଆରମ୍ଭ, ତେଜିଲା ଶ୍ରେୟ ରାଜନୀତି

ବିଶେଷ କରି ଗତ କିଛି ବର୍ଷ ହେବ ଜଣେ ୟୁପିର ନେତା ଏଠି ଆସି ବିଜେପି ପତାକା ଧରି ଖୁଲମଖୁଲା ରାଜାଘର ବିରୋଧରେ ସଂଗଠନ କରୁଛନ୍ତି । ରାଜାଘର ଅସନ୍ତୁଷ୍ଟ ଗୋଷ୍ଠୀ ତାଙ୍କ ସହ ହାତ ମିଳାଇ ତାଙ୍କୁ ଆହୁରି ବଳ ଦେଇଛନ୍ତି । ଯେଉଁଥିପାଇଁ ବଳରାମ ସିଂହ ଯାଦବ ବିଜେପି ଓ ରାଜାଘର ବିଜେପି ଦୁଇ ଗୋଷ୍ଠୀରେ ବିଜେପି ଭାଗ ହୋଇଥିବାର ଦେଖିବାକୁ ମିଳୁଛି । ତେବେ ଜିଲ୍ଲା ସଭାପତିଙ୍କୁଠାରୁ ନେଇ ବ୍ଲକ ପର୍ଯ୍ୟନ୍ତ ବିଜେପିର ସାଂଗଠାନିକ ପଦ ଓ ପଦାଧିକାରୀ ରାଜାଘର ଇଙ୍ଗିତରେ କାମ କରିଥାଆନ୍ତି । ହେଲେ ଏବେ ବଳରାମ ସିଂହ ଯାଦବ ଏଥିରେ ପଶିବା ଆରମ୍ଭ କରିବା ସହ ଅନେକ ନେତାଙ୍କୁ ନିଜ ପଟକୁ ନେବାରେ ସକ୍ଷମ ମଧ୍ୟ ହୋଇଛନ୍ତି । ଯାହା ସିଧାସଳଖ ରାଜା ପରିବାର ପାଇଁ ଖୋଲା ଚାଲେଞ୍ଜ୍‌ ଭାବରେ ଛିଡ଼ା ହୋଇଛି ।

ଏହାମଧ୍ୟ ପଢନ୍ତୁ..balangir BJD: ଉଗ୍ର ରୂପ ନେଉଛି ବିଜେଡି ଅନ୍ତଃକନ୍ଦଳ, କର୍ମୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ

ତେବେ ବଳରାମ ସିଂହ ଯାଦବ ୟୁପି ରାଜ୍ୟର ହୋଇଥିବା ବେଳେ ସେ ନିଜକୁ ପଶ୍ଚିମାଞ୍ଚଳ ଯାଦବ ମହାସଭାର ଅଧ୍ୟକ୍ଷ ବୋଲି ପରିଚୟ ଦିଅନ୍ତି । ସେ ପୂର୍ବରୁ ଛତିଶଗଡ଼ ରାଜ୍ୟରେ ତାଙ୍କର ରାଜନୀତି ଆରମ୍ଭ କରିଥିଲେ । ପରେ ସେ ଓଡ଼ିଶା ଆସି ବଲାଙ୍ଗୀରରେ ରହିଥିଲେ। ବଲାଙ୍ଗୀରରେ ସେ ଯାଦବମାନଙ୍କୁ ନେଇ ନିଜ ସଂଗଠନ ଆରମ୍ଭ କରିବା ପରେ ସେ ନିଜକୁ ବିଜେଡିର ରାଜ୍ୟ ସମ୍ପାଦକ ଭାବରେ ଘୋଷଣା କରିଥିଲେ । ବିଜେଡିରେ ତାଙ୍କୁ କୌଣସି ସୁଯୋଗ ନମିଳିବାରୁ ପରେ ସେ ବିଜେପିରେ ଯୋଗ ଦେଇଥିବାର କହିଥିଲେ । ବିଜେପିରେ ସେ କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତିରେ ପଞ୍ଜାବରେ ବିଜେପି ସଦସ୍ୟତା ଗ୍ରହଣ କରିଥିବାର କହି ଆସୁଛନ୍ତି । ବିଗତ କିଛି ବର୍ଷ ହେବ ସେ ବଲାଙ୍ଗୀର ତଥା ସୋନପୁର ଜିଲ୍ଲାରେ ସକ୍ରିୟ ଭାବରେ ବିଜେପିର କାର୍ଯ୍ୟକ୍ରମ କରିବା ସହ ନିଜ ସଂଗଠନ କରୁଛନ୍ତି । ସେହିପରି ନିଜେ ବିଜେପି ସାଂସଦ ଟିକେଟରେ ଏଠୁ ନିର୍ବାଚନ ଲଢ଼ିବେ ବୋଲି କହି ଆସୁଛନ୍ତି । ଯାହାକୁ ନେଇ ରାଜା ପରିବାର ସହ ମୁହାଁମୁହିଁ ହୋଇଛନ୍ତି। ଏପରିକି ଅନେକ ସ୍ଥାନରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖା ଦେବା ସହ ଦୁଇ ଗୋଷ୍ଠୀ ବିଜେପି କର୍ମୀ ହାତାହାତି ମଧ୍ୟ ହେଉଛନ୍ତି ।

ତେବେ ଏନେଇ ବିଜେପି ସାଂସଦ ସଂଗୀତା କୁମାରୀ ସିଂହଦେଓ କହିଛନ୍ତି, "ପୂର୍ବରୁ ଜିଲ୍ଲା ବିଜେପି ତାଙ୍କୁ ବିଜେପିର ନୁହଁ ବୋଲି ଘୋଷଣା କରି ସାରିଛି । ସେହିପରି ଏବେ ନିଜେ ରାଜ୍ୟ ବିଜେପି ସଭାପତି ମଧ୍ୟ ତାହା ଘୋଷଣା କରିଛନ୍ତି। ତେବେ ତାକୁ ନେଇ ବଲାଙ୍ଗୀର ଓ ସୋନପୁର ପୋଲିସ ପାଖରେ ଅଭିଯୋଗ ଦିଆ ଯାଇଛିି।"

ସେପଟେ ବଳରାମ ସିଂହ ଯାଦବ କହିଛନ୍ତି,"ମୁଁ ବିଜେପିର ସଦସ୍ୟ । ଦୀର୍ଘ ବର୍ଷ ହେବ ବିଜେପି ପାଇଁ କାମ କରିବା ସହ ସଂଗଠନ କରୁଛି ।"

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details