ଓଡିଶା

odisha

ETV Bharat / state

ବଲାଙ୍ଗୀରରେ 5 କୋରୋନା ଆକ୍ରାନ୍ତ ଚିହ୍ନଟ, ମୋଟ 121କୁ ବୃଦ୍ଧି

ଆଜି(ରବିବାର)ପୁଣି ଜିଲ୍ଲାରୁ 5 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯେଉଁଥିରେ ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଭୁଲଷଡ ଓ ସୁରଡ଼ା ପଞ୍ଚାୟତରୁ 4 ଜଣ ବାହାର ରାଜ୍ୟ ଫେରନ୍ତାଙ୍କ କୋରୋନା ପଜେଟିଭ ବାହାରିଛି ।

By

Published : Jun 7, 2020, 7:14 PM IST

Updated : Jun 7, 2020, 7:53 PM IST

5 new corona cases were reported
ବଲାଙ୍ଗୀରରେ 5 କୋରୋନା ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗୀର: ରାଜ୍ୟରେ ଦିନକୁ ଦିନ ବଢି ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେହି କ୍ରମରେ ସବୁ ଜିଲ୍ଲା ସମେତ ବଲାଙ୍ଗୀରରେ ମଧ୍ୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି। ଆଜି(ରବିବାର)ପୁଣି ଜିଲ୍ଲାରୁ 5 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯେଉଁଥିରେ ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଭୁଲଷଡ ଓ ସୁରଡ଼ା ପଞ୍ଚାୟତରୁ4 ଜଣ ବାହାର ରାଜ୍ୟ ଫେରନ୍ତାଙ୍କ କୋରୋନା ପଜେଟିଭ ବାହାରିଛି ।

ବଲାଙ୍ଗୀରରେ 5 କୋରୋନା ଆକ୍ରାନ୍ତ ଚିହ୍ନଟ

ସେହିପରି ବଙ୍ଗୋମୁଣ୍ଡା ବ୍ଲକ ତୁରେକେଲାର ଅନ୍ୟଜଣେ ମୁମ୍ବାଇ ଫେରନ୍ତା କୋରୋନା ଆକ୍ରାନ୍ତ ବୋଲି ଚିହ୍ନଟ ହୋଇଛନ୍ତି। ତେବେ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ନିଜ ଘରେ ସଂଙ୍ଗରୋଧରେ ଥିଲେ ବୋଲି ପ୍ରଶାସନ ସୂଚନା ଦେଇଛି। ସମସ୍ତଙ୍କୁ ବଲାଙ୍ଗୀର କିମ୍ସ କୋଭିଡ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି।

ସେପଟେ ବଲାଙ୍ଗୀରରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ 121 ରେ ପହଞ୍ଚି ଥିବାବେଳେ ଏମଧ୍ୟରୁ 54 ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ 67 ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି।

ବଲାଙ୍ଗୀରରେ ଏସ.କେ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : Jun 7, 2020, 7:53 PM IST

ABOUT THE AUTHOR

...view details