ବଲାଙ୍ଗୀର: ଜିଲ୍ଲାର ମୁଖ୍ୟ ସହରରେ ଥିବା ପାଥୋଲ୍ୟାବକୁ ସିଲ କରିଛି ପ୍ରଶାସନ । ତେବେ ଏଠାରେ ଗତ କିଛି ଦିନରୁ ବେଆଇନ ଭାବରେ କୋରୋନା ପରୀକ୍ଷା କରୁଥିବାର ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପରେ ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଟାଉନ ପୋଲିସ ଏହି ଲ୍ୟାବକୁ ସିଲ୍ କରିଛି ।
କୋରୋନାକୁ ନେଇ ଲୋକଙ୍କ ମଧ୍ୟରେ ଭୟଥିବା ବେଳେ କିଛି ଅସାଧୁ ଲୋକ ବେଆଇନ କାମ କରି ଏଥିରୁ ମଧ୍ୟ ମୁନାଫା କମାଇବା ସହ ଲୋକଙ୍କ ଜୀବନ ସହ ଖେଳ କରିବାକୁ ପଛାଉ ନାହାଁନ୍ତି । ତେବେ ବଲାଙ୍ଗୀର ସହର ମଧ୍ୟରେ ଏହିଭଳି ପାଥକାଇଣ୍ଡ ପାଥୋଲ୍ୟାବ ଦୀର୍ଘ ଦିନରୁ ବେଆଇନ ଭାବରେ କୋଭିଡ ପରୀକ୍ଷା କରୁଥିବାର ଅଭିଯୋଗ ହୋଇଥିଲା । ପ୍ରତ୍ୟେକ ଟେଷ୍ଟ ପାଇଁ ଲୋକଙ୍କଠୁ ଏହି ଲ୍ୟାବ 200 ଟଙ୍କା ମଧ୍ୟ ଆଦାୟ କରୁଥିଲା ।