ଓଡିଶା

odisha

ETV Bharat / state

ଜଙ୍ଗଲ ଜମି ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଶତାଧିକ ଆଦିବାସୀ - ଜଙ୍ଗଲ ଜମି ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଶତାଧିକ ଆଦିବାସୀ

ଜଙ୍ଗଲ ଜମି ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଶତାଧିକ ଆଦିବାସୀ । ବଲାଙ୍ଗୀର ଜିଲ୍ଲା ଆଦିବାସୀ ସଂଘ ନେତୃତ୍ବରେ ଏନେଇ ଶତାଧିକ ଆଦିବାସୀ ଗତକାଲି(ବୁଧବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଅଧିକ ପଢନ୍ତୁ...

ଜଙ୍ଗଲ ଜମି ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଶତାଧିକ ଆଦିବାସୀ
ଜଙ୍ଗଲ ଜମି ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଶତାଧିକ ଆଦିବାସୀ

By

Published : Jul 1, 2021, 9:20 AM IST

ବଲାଙ୍ଗୀର: ଜଙ୍ଗଲ ଜମି ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଶତାଧିକ ଆଦିବାସୀ । ବଲାଙ୍ଗୀର ଜିଲ୍ଲା ଆଦିବାସୀ ସଂଘ ନେତୃତ୍ବରେ ଶତାଧିକ ଆଦିବାସୀ ଗତକାଲି(ବୁଧବାର) ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ।

ଜଙ୍ଗଲ ଜମି ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଶତାଧିକ ଆଦିବାସୀ

ତେବେ ଦୀର୍ଘ 30 ବର୍ଷରୁ ଊର୍ଦ୍ଧ୍ବ ସମୟ ହେବ ଜିଲ୍ଲାରେ ଆଦିବାସୀମାନେ ଜଙ୍ଗଲ ଜମିକୁ ନିଜ ଦଖଲରେ ରଖି ଜୀବିକା ଚଳାଇ ଆସୁଛନ୍ତି । କିନ୍ତୁ ଏହି ଜମିରେ ଜୋର ଜବରଦସ୍ତ ବଲାଙ୍ଗୀର ଜଙ୍ଗଲ ବିଭାଗ ବୃକ୍ଷ ରୋପଣ କରୁଥିବାର ଏମାନେ ଅଭିଯୋଗ କରିଛନ୍ତି।

ଆଦିବାସୀମାନେ ଜଙ୍ଗଲ ଜମିର ଅଧିକାର ପାଇଁ ଯୋଗ୍ୟ ଥିବା ବେଳେ ଜଙ୍ଗଲ ବିଭାଗ ତାଙ୍କ ଉପରେ ଅତ୍ୟାଚାର କରୁଥିବା ସେମାନେ କହିଛନ୍ତି । ଏଥିପାଇଁ ବଲାଙ୍ଗୀର ଜିଲ୍ଲା ବନ ଅଧିକାରୀଙ୍କୁ ଏମାନେ ଦୋଷ ଦେଇଛନ୍ତି ଏବଂ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଏପଟେ ଦାବି ପୂରଣ ନ ହେଲେ ଏମାନେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details