ବଲାଙ୍ଗୀର: ଲଗାଣ ବର୍ଷା ଜାରି ରହିଥିବା ବେଳେ ସହରରେ ପୁଣି ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ତେବେ ପରିସ୍ଥିତି ସେତେ ଗମ୍ଭୀର ନ ଥିଲେ ମଧ୍ୟ ତଳିଆ ଅଂଚଳରେ ଲୋକଙ୍କ ଘରକୁ ପଶିଯାଇଛି ପାଣି । ଫଳରେ ଲୋକେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହୋଇଛନ୍ତି । ସେପଟେ ପୌର ପାଳିକା ଓ ପ୍ରଶାସନର ଖାମ ଖିଆଲୀ ନୀତି ପାଇଁ ଏସବୁ ହେଉଥିବାର କହି ଲୋକେ ଆନ୍ଦୋଳନକୁ ଓଲ୍ହାଇଛନ୍ତି ।
ବିଶେଷ କରି ବଲାଙ୍ଗୀର ସହରର ମାଲପଡା, ବରପାଲି ପଡା, ହାଥିସାଲ ପଡା, ଠିକାଦାର ପଡା ଓ ରେଲୱେ ଷ୍ଟେସନ ରୋଡ଼ ଭଳି ତଳିଆ ଅଂଚଳରେ ବର୍ଷା ପାଣି ଘର ଭିତରକୁ ପଶିଛି । ସେହିପରି ମୁଖ୍ୟ ରାସ୍ତାରେ ମଧ୍ୟ ଆଣ୍ଠୁଏରୁ ଅଧିକ ପାଣି ଜମି ରହିଥିଲା । ଯାହା ଫଳରେ ସହରରେ ପୁଣି ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ସେପଟେ ପ୍ରଶାସନର ଉଦାସନୀତ ଯୋଗୁଁ ଉତକ୍ଷିପ୍ତ ହୋଇଛନ୍ତି ସ୍ଥାନୀୟ ଲୋକେ ।