ବଲାଙ୍ଗୀର: ବୈଶାଖ ମାସରେ ନିଆଁ ବର୍ଷୁଛି । ଗୋଟିଏ ପଟେ ଏଠି ଆକାଶରୁ ନିଆଁ ଗୋଳା ଭଳି ଅସହ୍ୟ ଖରା ହେଉଥିବା ବେଳେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଏହାସହ ପ୍ରବଳ ଗରମ ସହ ତତଲା ଝାଞ୍ଜି ପବନ ଯୋଗୁଁ ସାଧାରଣ ଜୀବନ ଯାପନ ଅସ୍ତବ୍ୟସ୍ତ ହୋଇ ପଡିଛି । ଚଳିତ ବର୍ଷ ଜିଲ୍ଲାରେ ଗରମ ଅଧିକ ଅନୁଭୁତ ହେଉଥିବା ବେଳେ ଅବାଧ ଗଛ କଟା, ଜଙ୍ଗଲ କ୍ଷୟ ଓ କଂକ୍ରିଟର ବ୍ୟାପକ ନିର୍ମାଣ ଏହାର କାରଣ ବୋଲି ଲୋକେ କହିଛନ୍ତି । ସେପଟେ ଚଳିତବର୍ଷ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସବୁ ଆଗୁଆ ପଦକ୍ଷେପ ନେବା ସହ ଲୋକଙ୍କୁ ମଧ୍ୟ ସଚେତନ ରହିବା ପାଇଁ ନିବେଦନ କରିଛି।
ଏଥର ବୈଶାଖ ମାସରେ ତାପମାତ୍ରା ୪୩ ଡିଗ୍ରୀ ପାର୍ । ସକାଳ 8 ଟାରୁ ପ୍ରଚଣ୍ଡ ଖରା ଅନୁଭୂତ ହେଉଥିବା ବେଳେ ସନ୍ଧ୍ୟା ଯାଏଁ ଗରମରେ ଛଟପଟ ହେଉଛନ୍ତି ଜିଲ୍ଲାବାସୀ । ଫଳରେ ଜରୁରୀ କାମ ନଥିଲେ ଘରୁ ଗୋଡ କାଢୁନାହାଁନ୍ତି ଲୋକେ। ତେବେ ଜିଲ୍ଲାରେ ଅବାଧ ଗଛକଟା, ଜଙ୍ଗଲ କ୍ଷୟ ଓ କଂକ୍ରିଟ ନିର୍ମାଣ ବୃଦ୍ଧି ପାଇଥିବା ଯୋଗୁଁ ଚଳିତ ବର୍ଷ ଗରମ ଆହୁରି ବଢିବ ବୋଲି ସାଧାରଣ ଲୋକେ ମତ ଦେଇଛନ୍ତି ।