ଓଡିଶା

odisha

ETV Bharat / state

ଗାଁ ଜଗିଛି ସିସି କ୍ୟାମେରା - ବଲାଙ୍ଗୀର

ଚୋରି ରୋକିବାକୁ ଗ୍ରାମବାସୀଙ୍କ ଅଭିନବ ପ୍ରୟାସ । ସରପଞ୍ଚଙ୍କ ସହାୟତା ସହ ନିଜ ଅନୁଦାନରେ ଗ୍ରାମରେ ଲଗାଇଲେ 29ଟି ସିସି କ୍ୟାମେରା । ଦୁଇଲକ୍ଷ ଟଙ୍କା ଖର୍ଚ୍ଚ କରି ଗ୍ରାମକୁ ଚୋର, ଲୁଟେରାଙ୍କ ଦାଉରୁ ସୁରକ୍ଷା କଲେ ଗ୍ରାମବାସୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ବଲାଙ୍ଗୀର

By

Published : Aug 31, 2019, 9:54 PM IST

ବଲାଙ୍ଗୀର: ଗାଁର ସୁରକ୍ଷା ପାଇଁ ଲାଗିଲା ସିସି କ୍ୟାମେରା । ସବୁ କୋଣରେ ସିସିଟିଭି ଲାଗିବା ଫଳରେ ଏବେ ସୁରକ୍ଷିତ ରହିଛି ଗାଁ । ଏହା ସହିତ ଗ୍ରାମବାସୀ ମଧ୍ୟ ଏଥିରେ ସୁରକ୍ଷିତ ତଥା ଖୁସି ଅଛନ୍ତି । ଏହି ଗ୍ରାମଟି ହେଉଛି ବଲାଙ୍ଗୀର ଜିଲ୍ଲା ତୁରେକେଳା ବ୍ଲକର ହଳଦୀ ଗ୍ରାମ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା,ବଲାଙ୍ଗୀର

ଏହି ଗ୍ରାମ ଗୋପାଳପୁରରେ ରାୟପୁର 59 ନମ୍ବର ଜାତୀୟ ରାଜପଥ କଡ଼ରେ ରହିଛି । ଫଳରେ ଏହି ଛୋଟ ବଡ଼ ଚୋରି ଡକାୟତି ଓ ଗୁଣ୍ଡାଗର୍ଦ୍ଦି ବୃଦ୍ଧି ପାଇଥିଲା । ବାରମ୍ବାର ପୋଲିସ ପାଖରେ ଅଭିଯୋଗ ହେବା ପରେ ମଧ୍ୟ କୌଣସି ସୁଫଳ ମିଳିପାରୁନଥିଲା । ଚୋରି ରୋକିବାକୁ ଗ୍ରାମବାସୀ ବୈଠକ ବସାଇ ବାଛିଥିଲେ ଅଭିନବ ପ୍ରୟାସ । ସିସି କ୍ୟାମେରା ଲଗାଇବାକୁ ବୈଠକରେ ସ୍ଥିର କରିଥିଲେ ।

ସ୍ଥାନୀୟ ସରପଞ୍ଚ ଓ ଗ୍ରାମବାସୀଙ୍କ ସହାୟତାରେ ଗ୍ରାମରେ ସଂପୂର୍ଣ୍ଣ ହୋଇଛି ସିସି କ୍ୟାମେରା ଲଗାଯିବା କାର୍ଯ୍ୟ । ଏବେ ସମୁଦାୟ 29 ଟି ସିସିଟିଭି ଲଗାଯାଇଛି । ଏଥିପାଇଁ ପଞ୍ଚାୟତ ତରଫରୁ ଖର୍ଚ୍ଚ ହୋଇଛି ଦୁଇଲକ୍ଷ ଟଙ୍କା । ନିଜସ୍ଵ ପ୍ରଚେଷ୍ଟାରେ ଗାଁକୁ ସୁରକ୍ଷିତ କରିପାରିଛନ୍ତି ଗ୍ରାମବାସୀ । ଫଳରେ ଗ୍ରାମରେ ଘଟୁଥିବା ଚୋରି ଡ଼କାୟତି ରୋକାଯାଇ ପାରିଛି ।

ଯାହାପରେ ଗାଁରେ ବୈଠକ ବସି ଏଠି ଅଭିନବ ଉପାୟରେ ଏହି ସିସିଟିଭି ବ୍ୟବସ୍ଥା କରାଯାଇଥିଲା । ଯାହାର ପର ଦିନ ଠୁଁ ହିଁ ଏଠି ସବୁ ବେଆଇନ କାମ ବନ୍ଦ ହୋଇଯାଇଥିଲା । ଏବେ ଗାଁ ଟି ସୁରକ୍ଷିତ ହୋଇ ଥିବା ବେଳେ ଗ୍ରାମବାସୀ ମଧ୍ୟ ଏଥିରେ ସୁରକ୍ଷିତ ତଥା ଖୁସି ଅଛନ୍ତି ।

ବଲାଙ୍ଗୀରରୁ ଏସ.କେ ମହମ୍ମଦ ୱାହିଦ୍, ଇଟିଭି ଭାରତ

ABOUT THE AUTHOR

...view details