ଓଡିଶା

odisha

ETV Bharat / state

ଟିକେଟ ଘୋଷଣା ପରେ କଣ୍ଟାବାଞ୍ଜି ବିଜେଡିରେ ଫାଟ - kantabanji

କଣ୍ଟାବାଞ୍ଜି ବିଧାନସଭା ପାଇଁ ବର୍ତ୍ତମାନର ବିଧାୟକ ଆୟୁବ ଖାନଙ୍କୁ ଦଳ ଟିକେଟ ନଦେଇ ଆପ ଛାଡି ବିଜେଡିରେ ଯୋଗଦେଇଥିବା ଅଜୟ ଦାସଙ୍କୁ ଦଳ ଭରସା କରିଛି। ଯାହାକୁ ଆୟୁବ ଖାନଙ୍କ ସମେତ ତାଙ୍କ ସମର୍ଥକ ସହଜରେ ଗ୍ରହଣ କରି ପାରିନାହାନ୍ତି। ଏହାକୁ ନେଇ ତାଙ୍କର ସମର୍ଥକ ଘନ ଘନ ରୁଦ୍ଧଦ୍ବାର ବୈଠକ କରୁଛନ୍ତି।

ଡିଜାଇନ ଫଟୋ

By

Published : Mar 21, 2019, 12:00 PM IST

Updated : Mar 21, 2019, 12:06 PM IST

ବଲାଙ୍ଗିର: ବିଜେଡି ତାର ପ୍ରଥମ ଦଫା ପ୍ରାର୍ଥୀ ଘୋଷଣା କରିବା ପରେ ଦଳ ମଧ୍ୟରେ ବିଦ୍ରୋହ ବଢିଛି। କିଛି ସ୍ଥାନରେ ଟିକେଟ ପାଇଁ ଆଶାୟୀ ଥିବା ନେତା ଦଳରୁ ଡିଆଁ ମାରୁଥିବାବେଳେ କିଛି ସ୍ଥାନରେ ଦଳ ମଧ୍ୟରେ ଅର୍ନ୍ତଦ୍ବନ୍ଦ୍ବ ଆରମ୍ଭ ହୋଇଛି। ଚଳିତ ଥର ବିଜେଡି କିଛି ବିଧାୟକଙ୍କୁ ଟିକେଟ ନ ଦେଇ ନୂଆ ମୁହଁ ସାମ୍ନାକୁ ଆଣିଥିବାବେଳେ କର୍ମୀ ସେମାନଙ୍କୁ ଗ୍ରହଣ କରିପାରୁନାହାନ୍ତି। ବଲାଙ୍ଗିରର କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀରେ ଏପରି ଅବସ୍ଥା ଦେଖିବାକୁ ମିଳିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବାଦଦାତା

କଣ୍ଟାବାଞ୍ଜି ବିଧାନସଭା ପାଇଁ ବର୍ତ୍ତମାନର ବିଧାୟକ ଆୟୁବ ଖାନଙ୍କୁ ଦଳ ଟିକେଟ ନଦେଇ ଆପ ଛାଡି ବିଜେଡିରେ ଯୋଗଦେଇଥିବା ଅଜୟ ଦାସଙ୍କୁ ଦଳ ଭରସା କରିଛି। ଯାହାକୁ ଆୟୁବ ଖାନଙ୍କ ସମେତ ତାଙ୍କ ସମର୍ଥକ ସହଜରେ ଗ୍ରହଣ କରି ପାରିନାହାନ୍ତି। ଏହାକୁନେଇ ତାଙ୍କର ସମର୍ଥକ ଘନ ଘନ ରୁଦ୍ଧଦ୍ବାର ବୈଠକ କରୁଛନ୍ତି। ନିଜ ନିର୍ବାଚନମଣ୍ଡଳୀରେ ବିଭିନ୍ନ ଉନ୍ନତି ମୂଳକ କାମ କରି ଲୋକଙ୍କ ପ୍ରଶଂସା ଭାଜନ ହୋଇଥିବା ବେଳେ କେଉଁ ଆଧାରରେ ତାଙ୍କ ଟିକେଟ କଟାଗଲା ବୋଲି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ଆୟୁବ ଖାନ। ଏହା ସହ ଟିକେଟ ପାଇଥିବା ଅଜୟ ଦାସଙ୍କୁ ଜଣେ ପରଦେଶିଆ ବୋଲି କହିଛନ୍ତି ।

ଏନେଇ ସେ ବିଜେଡି ସୁପ୍ରିମୋଙ୍କ ସହ ଆଲୋଚନା କରି ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବେ ବୋଲି ଜଣାଇଛନ୍ତି। ସେପଟେ ସେ ପରଦେଶିଆ ନୁହଁନ୍ତି ବରଂ ବଲାଙ୍ଗିରର ଓ କଣ୍ଟାବାଞ୍ଜି ଲୋକଙ୍କ ସହ ଜଡିତ ଥିବାର କହିଛନ୍ତି ବିଜେଡିରୁ ପ୍ରାର୍ଥୀ ହୋଇଥିବା ଅଜୟ ଦାସ। ଗତ ବିଧାନସଭା ନିର୍ବାଚନରେ ଆପ ଦଳରୁ ପ୍ରାର୍ଥୀ ହୋଇ ୨୪ ହଜାରରୁ ଅଧିକ ଭୋଟ ପାଇଥିଲି। ବିରୋଧି ଯେତେ ଯାହା କହିଲେ ସୁଦ୍ଧା ତାଙ୍କର କୌଣସି କ୍ଷତି ହେବ ନାହିଁ ଓ ସେ ନିର୍ବାଚନରେ ନିଶ୍ଚୟ ଜିତାପଟ ହାସଲ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି।

ବଲାଙ୍ଗିରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : Mar 21, 2019, 12:06 PM IST

ABOUT THE AUTHOR

...view details