ବଲାଙ୍ଗୀର: ଜିଲ୍ଲା ଗାଁ ସାଥୀ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଆନ୍ଦୋଳନ । ଶତାଧିକ ଗାଁ ସାଥୀ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଧାରଣା ଦେଇଥିଲେ ।
ଶତାଧିକ ଗାଁ ସାଥୀ ମାନେ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ତେବେ ଜିଲ୍ଲାରେ 1200 ଗାଁ ସାଥୀ ନିୟୋଜିତ ହୋଇଥିବାବେଳେ ସରକାର ସେମାନଙ୍କୁ ମାସିକ 25 ଶହ ଟଙ୍କା ଦରମା ଦେବା ବ୍ୟବସ୍ଥା କରିଥିଲେ। କିନ୍ତୁ ନିଯୁକ୍ତି ଦିନରୁ ଆଜି ଯାଏଁ ପ୍ରାପ୍ୟ ମିଳିନଥିବା ଅଭିଯୋଗ କରିଛନ୍ତି।