ଓଡିଶା

odisha

ETV Bharat / state

ତେଜିଲା ସ୍ଥାୟୀ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବି, ଓକିଲ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ

ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ଚାରି ଦିନିଆ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି ଓକିଲ ସଂଘ ।

By

Published : Jun 18, 2019, 2:01 PM IST

ଫଟୋ ସୌଜନ: ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର: ପୁଣି ତେଜିଲା ସ୍ଥାୟୀ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ଆନ୍ଦୋଳନ । ଦୀର୍ଘବର୍ଷ ହେବ ବଲାଙ୍ଗୀର ଓକିଲ ସଂଘ ଏଥିପାଇଁ ଆନ୍ଦୋଳନ କରି ଆସୁଥିବା ବେଳେ 6 ମାସ ହେବ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛି । ତେବେ ଆଜି ପୁଣି ଚାରି ଦିନିଆ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଏଥିରେ ବଲାଙ୍ଗୀରର ସବୁ କୋର୍ଟ କଚେରୀ ସହ ଜିଲ୍ଲାପାଳଙ୍କ କର୍ଯ୍ୟାଳୟ ଓ ତହସିଲକୁ ବନ୍ଦ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ସେହିପରି ଜିଲ୍ଲା ଓକିଲ ସଂଘ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଏସଡିଜେଏମ କୋର୍ଟ ସମ୍ମୁଖରେ ଧାରଣା ଦିଆଯାଇଛି । ଯେଉଁଥିରେ ଓକିଲ ସଂଘର କର୍ମକର୍ତ୍ତା ସହ ସବୁ ଓକିଲମାନେ ସାମିଲ ହୋଇଛନ୍ତି । ତେବେ ସରକାର ଦାବି ନଶୁଣିଲେ ଆଗକୁ ଏହି ଆନ୍ଦୋଳନ ତୀବ୍ର ହେବ ବୋଲି ଏମାନେ କହିଛନ୍ତି । ଆସନ୍ତା 20 ତାରିଖରେ ଏନେଇ ଓକିଲ ସଂଘ ପକ୍ଷରୁ ଏକ ବୈଠକ ଡକାଯାଇଛି । ଏହି ବୈଠକରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ଆଲୋଚନା ହେବ ବୋଲି ଜଣାପଡ଼ିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details