ଓଡିଶା

odisha

ETV Bharat / state

ଯୁବକକୁ ନିର୍ମମ ହତ୍ୟା ଘଟଣା: 5 ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ - ବଲାଙ୍ଗୀର ଖୁଜେନ ପାଲ୍ଲୀରେ ଯୁବକକୁ ନିର୍ମମ ହତ୍ୟା

ବଲାଙ୍ଗୀର ଖୁଜେନପାଲ୍ଲୀ ରାସ୍ତାରେ ଯୁବକକୁ ନିର୍ମମ ହତ୍ୟା ଘଟଣା । 5 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବଲାଙ୍ଗୀର ପୋଲିସ । ଅଧିକ ପଢ଼ନ୍ତୁ

ବଲାଙ୍ଗୀର ଖୁଜେନ ପାଲ୍ଲୀ ରାସ୍ତାରେ ଯୁବକକୁ ନିର୍ମମ ହତ୍ୟା ଘଟଣା
ବଲାଙ୍ଗୀର ଖୁଜେନ ପାଲ୍ଲୀ ରାସ୍ତାରେ ଯୁବକକୁ ନିର୍ମମ ହତ୍ୟା ଘଟଣା

By ETV Bharat Odisha Team

Published : Sep 10, 2023, 9:58 PM IST

ବଲାଙ୍ଗୀର ଖୁଜେନ ପାଲ୍ଲୀ ରାସ୍ତାରେ ଯୁବକକୁ ନିର୍ମମ ହତ୍ୟା ଘଟଣା

ବଲାଙ୍ଗୀର: ଖୁଜେନ ପାଲ୍ଲୀ ରାସ୍ତାରେ ଯୁବକକୁ ନିର୍ମମ ହତ୍ୟା ଘଟଣାର । ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ପୂର୍ବ ଶତ୍ରୁତାରୁ ଯୁବକକୁ ପିଟିପିଟି ହତ୍ୟା କରାଯାଇଥିବା ସୂଚନା ଦେଲା ପୋଲିସ । ଗିରଫ ଅଭିଯୁକ୍ତ ମଧ୍ୟରୁ ଦୁଇ ଜଣ ପୂର୍ବରୁ ଏକ ହତ୍ୟା ମାମଲାରେ ଜାମିନରେ ଆସି ଥିଲେ ପୁଣି ଏପରି ଏକ ଜଘନ୍ୟ କାଣ୍ଡ ଘଟାଇଥିବା ବଲାଙ୍ଗୀର ଏସଡିପିଓ କହିଛନ୍ତି ।

ବଲାଙ୍ଗୀର ଏସଡିପିଓ ତୁଫାନ ବାଗ କହିଛନ୍ତି, "ଗତ ସେପଟେମ୍ବର୍ 3 ତାରିଖ ରାତିରେ ବଲାଙ୍ଗୀର ଖୁଜେନ ପାଲ୍ଲୀ ରାସ୍ତାରେ ଜଣେ ଯୁବକକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପୋଲିସ ଉଦ୍ଧାର କରିଥିଲା । ଡାକ୍ତରଖାନା ନେବା ପରେ ସେଠି ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା । ତେବେ ମୃତ ଯୁବକ ଜଣକ ବଲାଙ୍ଗୀର ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ କେଶରକେଲା ଗ୍ରାମର ସିଦ୍ଧାର୍ଥ ବଗର୍ତ୍ତି ବୋଲି ଜଣା ପଡ଼ିଥିଲା । ଏକ କପଡ଼ା ଦୋକାନରେ କାମ କରି କେଶରକେଲା ବଲାଙ୍ଗୀରରେ ରହି ଆସୁଥିଲେ । ଏସ୍‌ପି ଋଷିକେଶ କିଲାରଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ଵତନ୍ତ୍ର ପୋଲିସ୍ ଟିମ୍ ଗଠନ କରା ଯାଇଥିଲା । ପୋଲିସର ସାଇବର ଟିମ୍‌ର ସହାୟତା ଓ ସିସିଟିଭି ଫୁଟେଜ୍‌ ସହ ସାଇଣ୍ଟିଫିକ୍ ପ୍ରମାଣ ସହିତ ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା ।"

ଏହା ମଧ୍ୟ ପଢନ୍ତୁ... ରାଉରକେଲା ଫର୍ଟିଲାଇଜର କଲୋନୀରେ ବିଭତ୍ସ ହତ୍ୟାକାଣ୍ଡ, ଦୁଇ ଯୁବକଙ୍କୁ ନିର୍ମମ ହତ୍ୟା

ଏଥିରେ ବଲାଙ୍ଗୀର ସାଲେପାଲିର 5 ଜଣ ଅଭିଯୁକ୍ତଙ୍କୁ ପୋଲିସ୍ ଧରିବାରେ ସଫଳ ହୋଇଛି । ଆଜି ସମସ୍ତ ଅଭିଯୁକ୍ତକୁ ନେଇ ହତ୍ୟାକାଣ୍ଡ ସ୍ଥଳରେ ସିନ ରିକ୍ରିଏସନ୍‌ କରାଯାଇଛି । ଅଭିଯୁକ୍ତମାନଙ୍କ ସହିତ ତାର ପୂର୍ବ ଶତ୍ରୁତା ଥିବା ବେଳେ ଗତ 3ତାରିଖର 2ଜଣ ତାଙ୍କୁ ଏକ ସ୍କୁଟିରେ ମେଡିକାଲ୍ କାମ ଅଛି କହି ଘରୁ ଡାକି ଆଣିଥିଲେ । ପୂର୍ବରୁ ଜଗିଥିବା ଅନ୍ୟ 3ଜଣଙ୍କ ସହିତ ମିଶି ସେମାନେ ତାକୁ ନିର୍ମମ ଭାବରେ ହତ୍ୟା କରିଥିବା ସ୍ବୀକାର କରିଛନ୍ତି । ସେହିପରି ଗିରଫ 5 ଜଣଙ୍କ ମଧ୍ୟରୁ ଦୁଇ ଜଣ ପୂର୍ବରୁ ଆଉ ଏକ ହତ୍ୟା ଘଟଣାରେ ଗିରଫ ହୋଇ ଜାମିନରେ ଆସିଥିଲା । ବଲାଙ୍ଗୀର ଇନ୍ଦିରା ନଗରର ଯୁବକ ଗରିବ ପାଣ୍ଡେକୁ ହତ୍ୟା କରି ଜେଲ ଯାଇଥିବା ବେଳେ ସେମାନେ ପୁଣି ଆଉ ଏକ ହତ୍ୟାକାଣ୍ଡ ଭିଆଇଛନ୍ତି । ଏପରି ହାର୍ଡକୋର ଅପରାଧୀଙ୍କ ଜାମିନ ଖାରଜ ପାଇଁ କୋର୍ଟରେ ମଧ୍ୟ ଆପିଲ କରାଯିବ ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details