ବଲାଙ୍ଗୀର: ବଲାଙ୍ଗୀରରେ କେଷରିଆ ହିନ୍ଦୁ ବାହିନୀର ରାଜ୍ୟ ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବାର ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ବଲାଙ୍ଗୀର ମୁରିବାହାଲ ଥାନା ଅନ୍ତର୍ଗତ ଯମୁନା ପାଲି ଗ୍ରାମ ଠାରେ ବେଆଇନ ଗୋରୁ ଚାଲାଣ ହେଉଥିବାର କେଷାରିଆ ହିନ୍ଦୁ ବାହିନୀର ସଦସ୍ୟ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ । ତେବେ ସେଠାରେ ବେଆଇନ ଗୋରୁ ଚାଲାଣ ରୋକିବାରୁ ଦୁର୍ବୃତ୍ତ ମାନେ ଅତର୍କିତ ଭାବରେ କେଷାରିଆ ହିନ୍ଦୁ ବାହିନୀର ସଦସ୍ୟଙ୍କୁ ଆକ୍ରମଣ କରିଥିଲେ।
କେଷରିଆ ହିନ୍ଦୁ ବାହିନୀର ରାଜ୍ୟ ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ
ବଲାଙ୍ଗୀର କେଷରିଆ ହିନ୍ଦୁ ବାହିନୀର ରାଜ୍ୟ ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ। ଥାନାରେ ମାମଲା। ଅଧିକ ପଢନ୍ତୁ...
କେଷରିଆ ହିନ୍ଦୁ ବାହିନୀର ରାଜ୍ୟ ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ
ଯେଉଁଥିରେ କେସରିଆ ହିନ୍ଦୁ ବାହିନୀର ରାଜ୍ୟ ସଭାପତି ସନ୍ତୋଷ ଭୋଳ ଓ ଅନ୍ୟ ଚାରି ଜଣ କର୍ମକର୍ତ୍ତା ଏଥିରେ ଆହତ ହୋଇଥିଲେ। ତେବେ ଏହାକୁ ନେଇ କେଶରିଆ ହିନ୍ଦୁ ବାହିନୀ ପକ୍ଷରୁ ମୁରିବାହାଲ ଥାନାରେ ଲିଖିତ ଅଭିଯୋଗ ହୋଇଛି। ସେପଟେ ଅଭିଯୋଗ ପରେ ପୋଲିସ କୌଣସି ପଦକ୍ଷେପ ନ ନେବାରୁ ଏମାନେ ବଲାଙ୍ଗୀର ଏସ୍ପିଙ୍କୁ ସାକ୍ଷାତ କରିଛନ୍ତି । ଏବଂ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ