ଓଡିଶା

odisha

By

Published : Aug 8, 2019, 4:39 AM IST

ETV Bharat / state

କେନ୍ଦ୍ରର ଚାଷୀ ମାରଣ ନୀତିକୁ ଚାଷୀଙ୍କ ବିରୋଧ, କଲେ ରାସ୍ତା ଅବରୋଧ

ବଙ୍ଗ ମୁଣ୍ଡା ଅନ୍ତର୍ଗତ 6ଟି ପଞ୍ଚାୟତର ଶହ ଶହ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜକୁ ସାମିଲ କରିଥିଲେ । ହେଲେ ବୀମା ପ୍ରଦାନ ସମୟରେ ବାଦ ପଡିଥିଲେ ଏହି ଚାଷୀ । ଏହାକୁ ବିରୋଧ କରି ଏବେ ରାଜରାସ୍ତାକୁ ଓହ୍ଲାଇଛନ୍ତି ବଙ୍ଗ ମୁଣ୍ଡା ବ୍ଲକର ଚାଷୀ ସଙ୍ଗଠନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର: ଚାଷ କାର୍ଯ୍ୟରେ ସାହାଯ୍ୟ ପାଇଁ ବେଶ୍‌ ଆଶା ନେଇ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜକୁ ସାମିଲ କରିଥିଲେ ଚାଷୀ । ହେଲେ ବୀମା ପ୍ରଦାନ ସମୟରେ ବାଦ ପଡିଥିଲେ ଏହି ଚାଷୀ । ଫଳରେ କେନ୍ଦ୍ରର ଚାଷୀ ମାରଣ ନୀତିକୁ ବିରୋଧ କରି ଏବେ ବିକ୍ଷୋଭକୁ ଓହ୍ଲାଇଛନ୍ତି ଶହ ଶହ ଚାଷୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ସୂଚନା ମୁତାବକ ବଙ୍ଗ ମୁଣ୍ଡା ଅନ୍ତର୍ଗତ 6ଟି ପଞ୍ଚାୟତର ଶହ ଶହ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜକୁ ସାମିଲ କରିଥିଲେ । ହେଲେ ବୀମା ପ୍ରଦାନ ସମୟରେ ବାଦ ପଡିଥିଲେ ଏହି ଚାଷୀ । ଏହାକୁ ବିରୋଧ କରି ଏବେ ରାଜରାସ୍ତାକୁ ଓହ୍ଲାଇଛନ୍ତି ବଙ୍ଗ ମୁଣ୍ଡା ବ୍ଲକର ଚାଷୀ ସଙ୍ଗଠନ । ବୀମା ଟଙ୍କା ପାଇବା ଦାବି ନେଇ ବୁଧବାର ଭବାନୀପାଟଣା-ରାୟପୁର ରାସ୍ତା ଅବରୋଧ କରିଛନ୍ତି ଚାଷୀ । ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରାସ୍ତାରେ ଅନେକ ଯାନବାହନ ଅଟକି ରହିଥିଲେ ।

ତେବେ କେନ୍ଦ୍ରର ଚାଷୀ ମାରଣ ନୀତିକୁ ଆନ୍ଦୋଳନରତ ଚାଷୀମାନେ ତୀବ୍ର ବିରୋଧ କରିଛନ୍ତି । କେବଳ ସେତିକି ନୁହେଁ ଯଦି ସେମାନଙ୍କ ଦାବି ଶୀଘ୍ର ପୂରଣ ନହୁଏ ତେବେ ଆଗକୁ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details