ବଲାଙ୍ଗୀର:ଦୀର୍ଘ ଦିନ ହେଲା ବଲାଙ୍ଗୀରର ବିଭିନ୍ନ ଅଞ୍ଚଳରେ ଫସଲ ବୀମା ଦାବି ନେଇ ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଏହି ଦାବୀ ନେଇ ଆଜି(ମଙ୍ଗଳବାର) ମଧ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଷୀମାନେ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି। ବିଶେଷ କରି ଜିଲ୍ଲାର ବେଳପଡା ଓ ଜୁରାବନ୍ଦ ଗ୍ରାମ ପଞ୍ଚାୟତର ଚାଷୀ ଆଜି(ମଙ୍ଗଳବାର) ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଥିଲେ।
2019 ମସିହାରେ ଜିଲ୍ଲାରେ ମରୁଡ଼ି ହୋଇଥିଲା। ଏହି ସମୟରେ ବେଳପଡା ଓ ଜୁରାବନ୍ଦ ଗ୍ରାମ ପଞ୍ଚାୟତର ଚାଷୀ ମାନଙ୍କୁ ବହୁ କ୍ଷତି ସହିବାକୁ ପଡ଼ିଥିଲା। ଧାନ, ବାଜରା ଓ ଅନ୍ୟାନ ଫଳ ପନି ପରିବା ଫସଲ ସବୁ ନଷ୍ଟ ହୋଇଯାଇଥିଲା। ତେବେ ଏହାପୂର୍ବରୁ ଚାଷୀମାନେ ଫସଲ ବୀମା କରିଥିଲେ।