ବଲାଙ୍ଗୀର:ରବି ଋତୁରେ ଧାନ କିଣା ଚାଲିଥିବା ବେଳେ ସବୁଠୁ ବ୍ୟାପକ ଅନିୟମିତତାର ଅଭିଯୋଗ ଆଣିଛନ୍ତି ଚାଷୀ । ଏନେଇ ଦେଓଗାଁ ପେକସରୁ ମଧ୍ୟ ସମାନ ଅଭିଯୋଗ ଆସିଥିବା ବେଳେ ଶନିବାର ଧାରଣାରେ ବସିଛନ୍ତି ଚାଷୀ । ସେପଟେ ଏଠିକାର ଚାଷୀ ଧାନ ବିକ୍ରି କରିବା ପାଇଁ ଟୋକନ ପାଇ ଥିବା ବେଳେ ଏ ଯାଏଁ ବିଭାଗୀୟ ଅବହେଳା ଯୋଗୁଁ ଧାନ ବିକ୍ରି ହୋଇପାରିନାହିଁ ।
ଧାନ କିଣାନେଇ ବ୍ୟାପକ ଅନିୟମିତତା ଅଭିଯୋଗ, ଧାରଣାରେ ଚାଷୀ - ରବି ଋତୁରେ ଧାନ କିଣା
ଧାନକିଣାରେ ବ୍ୟାପକ ଅନିୟମିତତା ଅଭିଯୋଗରେ ଚାଷୀଙ୍କ ଜାତୀୟ ରାଜପଥ ଅବରୋଧ । ଠିକ୍ ସମୟରେ ଧାନକିଣା ନହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ । ଅଧିକ ପଢନ୍ତୁ...
ଧାନ କିଣାନେଇ ବ୍ୟାପକ ଅନିୟମିତତା ଅଭିଯୋଗରେ ଚାଷୀଙ୍କ ଧାରଣା
ତେବେ ପୂର୍ବରୁ ଏଠିକାର ଚାଷୀ ଜାତୀୟ ରାଜପଥ ଅବରୋଧ କରିଥିବା ବେଳେ ଆଜି (ଶନିବାର) ପୁଣି ଶତାଧିକ ଚାଷୀ ଧାରଣା ଦେଇଛନ୍ତି । ଏବଂ ଯଥାଶୀଘ୍ର ସେମାନଙ୍କର ଧାନ କିଣା ନ ଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ