ଓଡିଶା

odisha

ETV Bharat / state

5 ଦଫା ଦାବି ନେଇ ଚାଷୀଙ୍କ ଧାରଣା - ଚାଷୀଙ୍କ ଧାରଣା

କୃଷକ ମୋର୍ଚ୍ଚା ପକ୍ଷରୁ ବଙ୍ଗୋମୁଣ୍ଡା ବ୍ଲକ ସମ୍ମୁଖରେ ବିଭିନ୍ନ ଦାବି ନେଇ ଚାଷୀ ଆନ୍ଦୋଳନ । କୃଷକ ମୋର୍ଚ୍ଚା ସଭାପତି ଯୋଗେନ୍ଦ୍ର ବଚ୍ଚାଙ୍କ ନେତୃତ୍ବରେ ଆନ୍ଦୋଳନ କଲେ ଚାଷୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ବଲାଙ୍ଗୀର

By

Published : Aug 19, 2019, 9:27 PM IST

ବଲାଙ୍ଗୀର: କୃଷକ ମୋର୍ଚ୍ଚା ପକ୍ଷରୁ ବଙ୍ଗୋମୁଣ୍ଡା ବ୍ଲକ ସମ୍ମୁଖରେ ୫ ଦଫା ଦାବୀ ନେଇ ଧାରଣାରେ ଚାଷୀ । କୃଷକ ମୋର୍ଚ୍ଚା ସଭାପତି ଯୋଗେନ୍ଦ୍ର ବଚ୍ଚାଙ୍କ ନେତୃତ୍ବରେ ବ୍ଲକର ବିଭିନ୍ନ ପଞ୍ଚାୟତର ଚାଷୀ ନେତା ମାନେ ସାମିଲ ହୋଇ ବ୍ଲକ ସମ୍ମୁଖରେ ଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ବଲାଙ୍ଗୀର

ବ୍ଲକ ଅତିରକ୍ତ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ ଦଫା ଦାବି ପତ୍ର ପ୍ରଦାନ କରିଥିଲେ। ଗତ ଜୁନ-ଜୁଲାଇ ମାସ ରେ ହୋଇଥିବା ଗଜା ମରୁଡିର ସ୍ଥିତି ଅନୁଧ୍ୟାନ ଓ କ୍ଷତି ଆକଳନ ପାଇଁ ଯଥାଶୀଘ୍ର ବ୍ୟବସ୍ଥା କରାଯାଉ ।

ପ୍ରତ୍ୟେକ ଚାଷୀଙ୍କୁ ଏକ ପିଛା ୫୦ ହଜାର ଟଙ୍କା ପ୍ରଦାନ କରିବାର ବ୍ୟବସ୍ଥା, କୃଷି ଋଣ ଏକ ଲକ୍ଷ ମଧ୍ୟରେ ଛାଡ଼, ପ୍ରତ୍ୟେକ ଚାଷୀଙ୍କୁ କୃଷି ଋଣ ଦେବା ବ୍ୟବସ୍ଥା ସହ ୨୦୧୮ ମସିହାରେ ଘୋଷିତ ଇନପୁଟ ସବ୍ ସିଡ଼ି ଓ ବୀମା ଭୁକ୍ତ ତାଙ୍କ ଦେବା ଭଳି ଦାବି ରହିଛି ।


ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ

ABOUT THE AUTHOR

...view details