ଓଡିଶା

odisha

ETV Bharat / state

ଜମିବାଡି ବିବାଦ ପାଇଁ ଦୁଇ ପରିବାର ମଧ୍ୟରେ ସଂଘର୍ଷ, ଜଣେ ମୃତ

ବଲାଙ୍ଗୀର ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଆହତ ହୋଇଛି । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ...

By

Published : May 16, 2021, 10:42 PM IST

_family dispute one died one injured
ଦୁଇ ପରିବାର ମଧ୍ୟରେ ସଂଘର୍ଷ,ଜଣେ ମୃତ

ବଲାଙ୍ଗୀର: ବଲାଙ୍ଗୀର ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଆହତ ହୋଇଛି । ବଲାଙ୍ଗୀର ସଇଁତଳା ଥାନା ଅନ୍ତର୍ଗତ କୁମ୍ଭରୀ ଗ୍ରାମରେ ଏହି ଘଟଣା ଘଟିଛି।

ଦୁଇ ପରିବାର ମଧ୍ୟରେ ସଂଘର୍ଷ,ଜଣେ ମୃତ

ଏହି ଗାଁର ଡିଙ୍ଗର ରଣା ଓ ବିଜୟ ରଣାଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନରୁ ଜମି ବାଡ଼ି କଳହ ଲାଗି ରହିଥିଲା । ତେବେ ଆଜି ତାହା ରକ୍ତାକ୍ତ ସଂଘର୍ଷରେ ପରିଣତ ହୋଇଥିବା ବେଳେ ଏଥିରେ ଘଟଣାସ୍ଥଳରେ ଦିଙ୍ଗର ରଣାର ମୃତ୍ୟୁ ହୋଇଥିଲା । ଏଥିସହିତ ଏଥିରେ ବିଜୟ ରଣା ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଛି ।

ସେହିପରି ସଇଁତଳା ପୋଲିସ ଘଟଣାସ୍ଥଳକୁ ଯାଇ ମୃତକର ମୃତଦେହ ଉଦ୍ଧାର କରି ଟିଟିଲାଗଡ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏବେ ଏହି ମାମଲାରେ ପୋଲିସ୍ ଦୁଇ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details