ଓଡିଶା

odisha

ETV Bharat / state

ଆଇଟି ଅଧିକାରୀ କହି ଡାକ୍ତରଙ୍କୁ କରୁଥିଲେ ବ୍ଲାକମେଲ, ବାନ୍ଧିଲା ପୋଲିସ

ଟିଟିଲାଗଡରେ ଜଣେ ନକଲି ଆଇଟି ଅଧିକାରୀଙ୍କୁ ଗିରଫ କରିଛି ପୋଲିସ । ଲକ୍ଷାଧିକ ଟଙ୍କା ସହିତ କାର ଜବତ ହୋଇଛି । ଅଧିକ ପଢନ୍ତୁ

ନକଲି ଆଇଟି ଅଧିକାରୀ ଗିରଫ
fake income tax officer arrested

By ETV Bharat Odisha Team

Published : Dec 7, 2023, 11:10 AM IST

fake income tax officer arrested

ବଲାଙ୍ଗୀର:ନିଜକୁ ଆଇଟି ଅଧିକାରୀର ପରିଚୟ ଦେଉଥିଲେ । ଖାଲି ସେତିକି ନୁହେଁ ସିବିଆଇ ଅଧିକାରୀ ବୋଲି କହି ଜଣେ ଡାକ୍ତରଙ୍କୁ ବ୍ଲାକେମେଲ କରୁଥିଲେ । ତାଙ୍କଠୁ ଟଙ୍କା ଦାବି କରୁଥିଲେ । ହେଲେ ସବୁ ପ୍ଲାନ ଫେଲ ମାରିଛି । ଡାକ୍ତରଙ୍କୁ ଆଇଟି ଅଧିକାରୀ କହି ଚୁନା ଲଗାଉଥିଲେ ହେଲେ ସବୁ ପ୍ଲାନ ଫେଲ କରିଦେଇଛି ପୋଲିସ । ଟିଟିଲାଗଡ ପୋଲିସ ଜଣେ ନକଲି ଆଇଟି ଅଧିକାରୀ ବେଶଧାରୀ ଠକକୁ ଗିରଫ କରିଛି । ଏହାସହିତ ତାଙ୍କଠୁ ଲକ୍ଷାଧିକ ଟଙ୍କା ଓ କାର ଜବତ କରାଯାଇଛି । ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତଙ୍କ ପରିଚୟ ପୋଲିସ ଦେଇନାହିଁ ।

ସୂଚନା ଅନୁସାରେ, ଅଭିଯୁକ୍ତ ଜଣଙ୍କ ନିଜକୁ ଆଇଟି ଅଧିକାରୀର ପରିଚୟ ଦେଇ ଜଣେ ଡାକ୍ତରଙ୍କୁ ଭୟଭୀତ କରାଇ ଟଙ୍କା ଦାବି କରିଥିଲେ । ଡ଼ାକ୍ତରଙ୍କୁ ଆୟକର ବିଭାଗ ଅଧିକାରୀ କହି ଲକ୍ଷାଧିକ ଟଙ୍କା ଲୁଟି ଫେରାର ହେଉଥିବା ସମୟରେ ପୋଲିସ ତାଙ୍କୁ ଗିରଫ କରିଛି । ବଲାଙ୍ଗୀର ଟିଟିଲାଗଡରେ ଏହି ଘଟଣା ଘଟିଛି । ଶିଶୁ ରୋଗ ବିଶେଷଜ୍ଞ ଡ଼ାକ୍ତର ଗୋପବନ୍ଧୁ ଦାସ ଗତକାଲି ଟିଟିଲାଗଡ ଥାନାରେ ଏନେଇ ଅଭିଯୋଗ କରିଥିଲେ । ଜଣେ ଯୁବକ ତାଙ୍କୁ ଆଇଟି ଅଧିକାରୀର ପରିଚୟ ଦେଇ ତାଙ୍କ ଘରୁ ଲକ୍ଷାଧିକ ଟଙ୍କା ଲୁଟି ଫେରାର ହୋଇ ଯାଇଛି ବୋଲି ଅଭିଯୋଗରେ ଦର୍ଶାଇଥିଲେ । ଏହାକୁ ଭିତ୍ତି କରି ଟିଟିଲାଗଡ ପୋଲିସ୍ ସମ୍ପୃକ୍ତ ଯୁବକକୁ ଟ୍ରାକ କରିଥିଲା ।

ଏହା ବି ପଢନ୍ତୁ...ମଦ ବ୍ୟବସାୟୀଙ୍କ ଘରେ ଆୟକର ରେଡ୍

ଏହା ବି ପଢନ୍ତୁ...ବରଗଡରେ IT ରେଡ଼, 80ଟି ସ୍ଥାନରେ ଛାପା ମାରିଲା ଆୟକର ବିଭାଗ

ସଇଁତଳା ପୋଲିସ୍ ସମ୍ପୃକ୍ତ ବ୍ୟକ୍ତି ଚମ୍ପଟ ମାରୁଥିବା ସମୟରେ ରାଜା ରାସ୍ତାରୁ କାବୁ କରିଥିଲା । ବ୍ୟକ୍ତି ଜଣକ ନିଜକୁ ଆଇଟି ଅଧିକାରୀ କହି ଅଭିଯୋଗକାରୀ ଡାକ୍ତରଙ୍କ ଘରକୁ ଆସିଥିଲେ । ଆଇଟି ଅଧିକାରୀ କହି ଆଲମିରା ଓ ଅନ୍ୟାନ୍ୟ ସାମଗ୍ରୀ ଯାଞ୍ଚ କରିଥିଲେ । ଏଥିରେ ସହଯୋଗ ନକଲେ ପୁରା ଟିମ ଆସି ସବୁ ଯାଞ୍ଚ କରିବେ ବୋଲି ଧମକ ଦେଇଥିଲେ । ତାଙ୍କ ଘରେ ଥିବା ଲକ୍ଷାଧିକ ଟଙ୍କା ଧରି ଫେରାର ମାରିଥିଲା । ଡ଼ାକ୍ତର ଗୋପବନ୍ଧୁ ସାହୁ ସନ୍ଦେହ କରି ଟିଟିଲାଗଡ ପୋଲିସକୁ ଏହାର ସୂଚନା ଦେଇ ଥିଲେ । ପୋଲିସ୍ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ତଦନ୍ତ ଜାରି ରଖିଛି । ଏଯାଏଁ ଯୁବକଙ୍କର ପରିଚୟ ପୋଲିସ ଦେଇନାହିଁ ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details