ବଲାଙ୍ଗୀର :ଇଟିଭି ଭାରତର ପ୍ରଭାବ । ଖବର ପ୍ରସାରଣ ପରେ ଅସହାୟ ମହିଳାଙ୍କୁ ଉଦ୍ଧାର କଲା ସମ୍ବଲପୁରର ପରିଚୟ ସଂଗଠନ । ବଲାଙ୍ଗୀରରେ ଜଣେ ଅସହାୟ ମହିଳା ଭୋକର ଜ୍ଜାଳା ସହି ନ ପାରି ଅଳିଆ ଗଦାରୁ ଖାଦ୍ୟ ଗୋଟାଇ ଖାଉଥିଲେ । ତେବେ ଏନେଇ ବୁଧବାର ଇଟିଭି ଭାରତରେ ଖବର ପ୍ରସାରଣ ହୋଇଥିଲା । ଏହାପରେ ଗୁରୁବାର ସମ୍ବଲପୁରର ପରିଚୟ ସଂଗଠନ ସମ୍ପୃକ୍ତ ମହିଳାଙ୍କୁ ଉଦ୍ଧାର କରିଛି ।
ଏହି ମହିଳାଙ୍କୁ ସେମାନେ ସମ୍ବଲପୁର ମିଶନ ଚାରିଟି ସଂସ୍ଥାରେ ରଖିବା ସହ ତାଙ୍କର ଚିକିତ୍ସା ମଧ୍ୟ କରାଇବେ ବୋଲି କହିଛନ୍ତି । ସେହିପରି ସେ ସୁସ୍ଥ ହେଲେ । ତାଙ୍କର ପରିଚୟ ଜଣା ପଡ଼ିଲେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସଂଗଠନର ସଦସ୍ୟ କହିଛନ୍ତି । ତେବେ, ଏହି ମହିଳା ଜଣକ ଦୀର୍ଘ ଦିନ ହେବା ବଲାଙ୍ଗୀର ସଇଁତଳା ବ୍ଲକ ଅନ୍ତର୍ଗତ ମାହାଗା ଗାଁ ନିକଟରେ ଅସହାୟ ଅବସ୍ଥାରେ ରହି ଆସୁଛନ୍ତି ।