ଓଡିଶା

odisha

ETV Bharat / state

ତିନ ଦିନ ହେଲା ନାହିଁ ବିଜୁଳି, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଖଇରପଡାବାସୀ

ରାଜ୍ୟବ୍ୟାପୀ ଜାରି ରହିଛି ହିଟ୍‌ ଓ୍ବେଭ୍‌। ଏ ସମୟରେ ବ୍ୟାହତ ହୋଇଛି ବିଦ୍ୟୁତ ସେବା। ଫଳରେ ଖଇରପଡା ବାସିନ୍ଦା ଲୋ ଭୋଲ୍ଟେଜ ଏବଂ ଅଘୋଷିତ ବିଦ୍ୟୁତ କାଟର ସମ୍ମୁଖୀନ ହେଉଛନ୍ତି । ଏହାର ସମାଧାନ ପାଇଁ ସେମାନେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି।

By

Published : May 31, 2019, 10:47 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର: ବିଦ୍ୟୁତ ନଥିବା ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ମହିଳା। ଲୋ ଭୋଲ୍ଟେଜ ଓ ଅଘୋଷିତ ବିଦ୍ୟୁତ କାଟର ସମ୍ମୁଖୀନ ହୋଉଛନ୍ତି ବଲାଙ୍ଗୀରର ତାଳପଲିପଡା 4 ନମ୍ବର ୱାର୍ଡ ଅନ୍ତର୍ଗତ ଖଇରପଡାରେ ରହୁଥିବା 15ରୁ ଅଧିକ ପରିବାର। ଏହି ଅଞ୍ଚଳର ମହିଳା ଶୁକ୍ରବାର ଏନେଇ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ।

ଖବରମୁତାବକ, ବଲାଙ୍ଗୀରର ତାଳପଲି ପଡା 4 ନମ୍ବର ୱାର୍ଡ ଅନ୍ତର୍ଗତ ଖଇରପଡାରେ ଗତବର୍ଷ ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡି ଯାଇଛି । ଯାହାଫଳରେ ବିଦ୍ୟୁତ ବିଭାଗ ପାଖ ଏକ ଟ୍ରାନ୍ସଫର୍ମରରୁ ସେହି ଅଞ୍ଚଳକୁ ବିଦ୍ୟୁତ ଯୋଗାଇ ଦେଇଥିବା ବେଳେ ତାହା ବାରମ୍ବାର ବିଭିନ୍ନ କାରଣରୁ ଅଚଳ ହୋଇପଡୁଛି । ଫଳରେ ସେଠାକାର ବାସିନ୍ଦା ଲୋ ଭୋଲ୍ଟେଜ ଓ ଅଘୋଷିତ ବିଦ୍ୟୁତ କାଟର ସମ୍ମୁଖୀନ ହେଉଛନ୍ତି । ତେବେ ଏହାକୁ ନେଇ ସେମାନେ ବାରମ୍ବାର ବିଦ୍ୟୁତ ବିଭାଗର ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ବେ ଏଯାଏଁ କୌଣସି ପଦକ୍ଷେପ ନିଆଯାଇ ନଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ବଲାଙ୍ଗୀର

ଏବେ ଟାଣ ଖରାରେ ବିନା ବିଦ୍ୟୁତସେବାରେ ରହିବା କଷ୍ଟକର ହୋଇ ପଡିଥିବାରୁ। ଶେଷରେ ନିରୂପାୟ ହୋଇ ଏ ଅଞ୍ଚଳର ମହିଳା ଶୁକ୍ରବାର ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଏହାର ସମାଧାନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ।

ବଲାଙ୍ଗୀରରୁ ଶେଖ୍‌ ମହମ୍ମଦ ଓ୍ବାହିଦ୍‌, ଇଟିଭି ଭାରତ

ABOUT THE AUTHOR

...view details