ବଲାଙ୍ଗୀର:ଡାକ୍ତରଙ୍କୁ ମାଡ ପ୍ରତିବାଦରେ ଡାକ୍ତରଙ୍କ ଧାରଣା ଓ ଆନ୍ଦୋଳନ ଜାରି । ଡାକ୍ତରଖାନା ପରିଷରରେ ତୀବ୍ର ଉତ୍ତେଜନା । ଓପିଡ଼ି ସେବା ବନ୍ଦ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ଥ । ଭୀମ ଭୋଇ ମେଡ଼ିକାଲ କଲେଜରେ ଡାକ୍ତରଙ୍କୁ ମାଡ ପ୍ରତିବାଦରେ ଜୁନିୟର ଡାକ୍ତରଙ୍କ ଧାରଣା ଓ ଆନ୍ଦୋଳନ ଆଜି ବି ଜାରି ରହିଛି । ସମସ୍ତ ଡାକ୍ତର ମୁଣ୍ଡରେ ପଟି ବାନ୍ଧି ଧାରଣା ଦେଇଛନ୍ତି । ଯାହାପରେ ଦୋଷୀଙ୍କୁ ଶୀଘ୍ର ଗିରଫ ଦାବିରେ ଗତ ରାତିରୁ ଏହି ଡାକ୍ତରମାନେ ଆନ୍ଦୋଳନ କରୁଛନ୍ତି । ଆନ୍ଦୋଳନ ପରେ ପୋଲିସ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଥିବା ସୂଚନା ମିଳିଛି । ଏହାପରେ ଆନ୍ଦୋଳନକୁ ସ୍ଥଗିତ କରିଛନ୍ତି ଡାକ୍ତର ।
ଆଜି ଏହି ଆକ୍ରମଣକୁ 18 ଘଣ୍ଟା ବିତି ଥିବାବେଳେ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ ବିଫଳ ଥିବାର ଅଭିଯୋଗ ଆଣି ଆଜି ଏମାନେ ପୁଣି ସକାଳୁ ଆନ୍ଦୋଳନକୁ ଓଲ୍ହାଇଥିଲେ । ପ୍ରଥମେ ଡାକ୍ତରଖାନା ପରିଷରରର ଧାରଣା ଦେବା ସହ ଡାକ୍ତରଖାନାର ସବୁ ବର୍ହି ବିଭାଗ ଓ ସେବାକୁ ବନ୍ଦ କରିଥିଲେ । ତେବେ ଏଥିରେ ପୋଲିସ ପ୍ରଶାସନ ସହ ଏମାନଙ୍କର ଯୁକ୍ତି ତର୍କ ଓ ଧସ୍ତା ଧସ୍ତି ହୋଇଥିଲା । ଅନ୍ୟପେଟେ ସମସ୍ତ ଡାକ୍ତର ମିଶି ଆଜି ଓପିଡ଼ିରେ ଥିବା ରୋଗୀଙ୍କୁ ବାହାର କରିଦେଇ ଓପିଡ଼ି ବନ୍ଦ କରି ଦେଇଥିଲେ । ଯେଉଁଥିରେ ମେଡ଼ିସିନ, ସର୍ଜରି, ପ୍ରସୂତି ବିଭାଗର ସବୁ ଓପିଡ଼ିକୁ ବନ୍ଦ ରହିଥିଲା ।ଏହାସହ ଦୋଷୀ ବିରୋଧରେ ନଏସଏ ରୁଜୁ କରିବାକୁ ଡାକ୍ତରମାନେ ଦାବି କରିଛନ୍ତି ।