ବଲାଙ୍ଗିର: ଜିଲ୍ଲା ଯୁବ ବିଜେଡି ନେତା ମନିଶ ମିଶ୍ରଙ୍କ ହୃଦଘାତରେ ଶୁକ୍ରବାର ପରଲୋକ ହୋଇଛି । ସେ ଥିଲେ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ । ତେବେ ଗତ ଦୁଇ ଦିନ ତଳେ ସେ ନିଜ ପରିବାର ସହ ନିଜ ପୁଅର ଚିକିତ୍ସା ପାଇଁ ଲକ୍ଷ୍ନୌ ଯାଇଥିଲେ । ସେହିଠାରେ ହିଁ ତାଙ୍କର ଅକାଳ ବିୟୋଗ ହୋଇଥିବା ବେଳେ ମିଶ୍ରଙ୍କ ମରଶରୀର ଶୁକ୍ରବାର ତାଙ୍କ ବଲାଙ୍ଗିର ସ୍ଥିତ ବାସ ଭବନରେ ପହଁଚିଛି ।
ଖବର ଅନୁଯାୟୀ ମନିଶ ପୁଅକୁ ଡାକ୍ତରଙ୍କୁ ଦେଖାଇ ହୋଟେଲକୁ ଫେରୁଥିବା ବେଳେ ବିଳମ୍ୱିତ ରାତିରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତ୍ତର ହୋଇପଡ଼ିଥିଲା । ତେବେ ତାଙ୍କ ସାଥିରେ ଯାଇଥିବା ବନ୍ଧୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।