ବଲାଙ୍ଗୀର:ଆଜି ବଲାଙ୍ଗୀର ଜିଲ୍ଲାରେ ଦେଖିବାକୁ ମିଳିଛି ଘନ କୁହୁଡି। ତେବେ ଗତ ରାତିରୁ ବଲାଙ୍ଗୀରରେ ଘନ କୁହୁଡି ହୋଇଥିବା ବେଳେ ଆଜି ଅପରାହ୍ନ ସୁଦ୍ଧା ଏହାର ପ୍ରଭାବ ଏଠି ଦେଖିବାକୁ ମିଳିଛି । ଯେଉଁଥିରେ ଆଜି ସକାଳ ସମୟରେ ମୁହଁ କୁ ମୁହଁ ଦେଖା ଯାଉନ ଥିବା ପରିସ୍ଥିତି ହୋଇଥିଲା । ଏଥିସହ ଘନ କୁହୁଡି ଦିନ ବେଳାରେ ମଧ୍ୟ ଆଚ୍ଛାଦିତ ହୋଇଛି । ଯାହାଫଳରେ ଏଠି ସାଧାରଣ ଜୀବନ ଯାପନ ପ୍ରଭାବିତ ହୋଇଥିବା ବେଳେ ବିଶେଷ କରି ରାସ୍ତା ଘାଟରେ ଯିବା ଆସିବା ପାଇଁ ବିଶେଷ ସମସ୍ୟା ସୃଷ୍ଟି ହୋଇଥିଲା ।
ଘନ କୁହୁଡି ଚାଦର ତଳେ ବଲାଙ୍ଗୀର, ଦିଶୁନି ରାସ୍ତାଘାଟ - ପାଣିପାଗ ବିଭାଗ
ବଲାଙ୍ଗୀରରେ ଦିନ 12ଟା ଯାଏଁ ଦେଖିବାକୁ ମିଳିଛି ଘନ କୁହୁଡି । ରାସ୍ରାରେ ଯିବା ଆସିବା ପାଇଁ ସୃଷ୍ଟି ହୋଇଛି ସମସ୍ୟା। ଅଧିକ ପଢନ୍ତୁ
balangir
ସେହିପରି ଜିଲ୍ଲାରେ ପ୍ରବଳ ଥଣ୍ଡା ମଧ୍ୟ ଅନୁଭୂତ ହୋଇଛି। ଯାହା ସାଧାରଣ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ତେବେ ପୂର୍ବରୁ ପାଣିପାଗ ବିଭାଗ ଏହାକୁ ନେଇ ସତର୍କତା ଜାରି କରିଥିଲା ଏବଂ ଆଜି ଲୋକେ ଏହାର ପ୍ରଭାବ ନିଜେ ଦେଖିଥିବା ବେଳେ ଏଭଳି ପରିସ୍ଥିତି ବଲାଙ୍ଗୀର ରେ ପ୍ରଥମ ବୋଲି ସେମାନେ କହିଛନ୍ତି। ଯଦିଓ ବଲାଙ୍ଗୀରରେ ଚଳିତ ବର୍ଷ ଶୀତ ବିଶେଷ ଅନୁଭୂତ ହେଉ ନ ଥିଲେ ମଧ୍ୟ ଏହି ଘନ କୁହୁଡ଼ି ଲୋକଙ୍କୁ ଚକିତ କରିଛି। ତେବେ ଦିନ 12 ଟା ପରେ ଜିଲ୍ଲାରେ ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଆସିଛି।
ଇଟିଭି ଭାରତ, ବଲାଙ୍ଗୀର