ବଲାଙ୍ଗୀର: ସହରାଞ୍ଚଳ ପରେ ଏବେ ଗ୍ରାମାଞ୍ଚଳରେ ଲୋକାଲ କଣ୍ଟାକ୍ଟରେ ଆସି କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ମଙ୍ଗଳବାର ଗାଁରୁ କୋରୋନା ଚିହ୍ନଟ ହେବ ପରେ ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।
ଖପ୍ରାଖୋଲ ବ୍ଲକ ଦେଧର ଗାଁରୁ କୋରୋନା ଚିହ୍ନଟ ହେବା ପରେ ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି । ଏହି ଗାଁରୁ ଲଗାତାର ଦୁଇଦିନରେ ସାତ ଜଣ ଲୋକାଲ କଣ୍ଟାକ୍ଟରେ ଆସି ସଂକ୍ରମିତ ହୋଇଥିଲେ । ଏହାପରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇ ଏହି ଗାଁକୁ ସମ୍ପୂର୍ଣ୍ଣ ସିଲ୍ କରିଛି ।