ବଲାଙ୍ଗୀର: କ୍ରସରରେ ଫାଟିଲା ସିଲିଣ୍ଡର, ଜଳିଗଲେ ତିନି ଶ୍ରମିକ । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଭୂତିଆରବାହାଲ ଗାଁରେ । ଭୂତିଆରବାହାଲ ଗାଁର ଏକ କ୍ରସରରେ ଶ୍ରମିକମାନେ କାମ କରୁଥିବା ସମୟରେ, ନାଇଟ୍ରୋଜେନ ସିଲିଣ୍ଡର ବ୍ଲାଷ୍ଟ ହୋଇଥିଲା । ଫଳରେ ତିନିଜଣ ଶ୍ରମିକ ପୋଡି ଯାଇଥିଲେ । ସେମାନଙ୍କୁ ସମସ୍ତଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
କ୍ରସରରେ ଫାଟିଲା ସିଲିଣ୍ଡର, 3 ଶ୍ରମିକ ଗୁରୁତର
ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଭୂତିଆରବାହାଲ ଗାଁରେ ଅଭାବନୀୟ ଘଟଣା । କ୍ରସରରେ ସିଲିଣ୍ଡର ଫାଟିବାରୁ ତିନି ଶ୍ରମିକ ଗୁରୁତର । ଅଧିକ ପଢନ୍ତୁ
କ୍ରସରରେ ଫାଟିଲା ସିଲିଣ୍ଡର , ଜଳିଗଲେ ତିନି ଶ୍ରମିକ
ଜଣେ ଶ୍ରମିକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି । ଗୁରୁତର ସମସ୍ତ ଶ୍ରମିକ ପଶ୍ଚିମବଙ୍ଗର ବିକାଶ କୁମାର, ବାପି ବାଗଡି ଓ ରାଜୀବ ବାଗଡି । ସେପଟେ ଏହି ଘଟଣା ପରେ ଦେଓଗାଁ ପୋଲିସ ତଦନ୍ତ ଆରମ୍ଭ କରିଛି ।