ଓଡିଶା

odisha

ETV Bharat / state

କୋରୋନା ଭୟରେ ଆପଣା ସାଜିଲେ ପର, ସ୍ବେଚ୍ଛାସେବୀ ସଂଗଠନ କଲା ଅନ୍ତିମ ସଂସ୍କାର

କୋରୋନା ସମୟରେ ଭୟଭୀତ ମଣିଷ ଠାରୁ କିପରି ମଣିଷ ପଣିଆ ମରିଯାଇଛି ତାର ନଗ୍ନ ଉଦାହରଣ ବଲାଙ୍ଗୀରରୁ ଆସିଛି । ଅସହାୟ ବୃଦ୍ଧଙ୍କୁ ମୃତ୍ୟୁ ପରେ ତାଙ୍କ ନିଜ ଜନ୍ମିତ ସନ୍ତାନ କିମ୍ବା ସମ୍ପର୍କୀୟ ଦେଲେନି କାନ୍ଧ । ସ୍ବେଚ୍ଛସେବୀ ସଂଗଠନ କଳା ଦାହ ସଂସ୍କାର ।

ସ୍ବେଚ୍ଛାସେବୀ ସଂଗଠନ କଲା ଦାହ ସଂସ୍କା
ସ୍ବେଚ୍ଛାସେବୀ ସଂଗଠନ କଲା ଦାହ ସଂସ୍କା

By

Published : Jul 21, 2020, 11:02 PM IST

ବଲାଙ୍ଗୀର: କୋରୋନା ଭୟରେ ମୃତ ଦେହକୁ ମିଳୁନି କାନ୍ଧ । ସାମାଜିକ ଦୂରତା ଆଳରେ ମରିଯାଇଛି ମାନବିକତା । ମହାମାରୀ କାଳରେ ଆପଣା ପର ପାଲଟିଯାଉଛନ୍ତି । କୋରୋନା ସମୟରେ ଭୟଭୀତ ମଣିଷ ଠାରୁ କିପରି ମଣିଷ ପଣିଆ ମରିଯାଇଛି ତାର ନଗ୍ନ ଉଦାହରଣ ବଲାଙ୍ଗୀରରୁ ଆସିଛି । ଅସହାୟ ବୃଦ୍ଧଙ୍କ ମୃତ୍ୟୁ ପରେ ତାଙ୍କ ନିଜ ଜନ୍ମିତ ସନ୍ତାନ କିମ୍ବା ସମ୍ପର୍କୀୟ ଦେଲେନି କାନ୍ଧ । ସ୍ବେଚ୍ଛସେବୀ ସଂଗଠନ କଳା ଦାହ ସଂସ୍କାର ।

ସ୍ବେଚ୍ଛାସେବୀ ସଂଗଠନ କଲା ଦାହ ସଂସ୍କା

ବଲାଙ୍ଗୀର ଜଣେ ଅସହାୟ ବୃଦ୍ଧଙ୍କୁ ମୃତ୍ୟୁ ସମୟରେ ମଧ୍ୟ ତାଙ୍କ ନିଜ ସନ୍ତାନ କିମ୍ବା କୌଣସି ସମ୍ପର୍କୀୟ ସାହା ହେଲେ ନାହିଁ। ଫଳରେ ଏକ ସ୍ବେଛାସେବୀ ସଂଗଠନ ବୃଦ୍ଧଙ୍କ ଶେଷକୃତ୍ୟ ସଂପନ୍ନ କରିଛି। ଏହି ଅଭାବନୀୟ ଘଟଣା ବଲାଙ୍ଗୀର ଆଗଲପୁର ବ୍ଲକ ନଅ ଗାଁରେ ଘଟିଛି। ଏଠିକାର ବୃଦ୍ଧ ସମ୍ପତ୍ତି ନିତ୍ୟାନନ୍ଦ ଦାସ ଓ ତାଙ୍କ ସ୍ତ୍ରୀ ଙ୍କ ଦୁଇ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ହେଲେ ତାଙ୍କୁ ସମସ୍ତେ ପର କରି ଥିବା ବେଳେ ଏମାନେ ଏକାକୀ ଏଠି ରହୁଥିଲେ। ଏପରିକି ତାଙ୍କ ଘର ଭାଙ୍ଗି ଯିବାରୁ ଏମାନେ ସ୍ଥାନୀୟ ସ୍କୁଲରେ ଆଶ୍ରୟ ନେଇଥିଲେ। ତେବେ ଏହି ସମୟରେ ବୃଦ୍ଧ ନିତ୍ୟାନନ୍ଦ ଦାସଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡିବାରୁ ତାଙ୍କୁ ସ୍ତ୍ରୀ ପ୍ରଥମେ ଲୋଇସିଂହା ଡାକ୍ତରଖାନା ଓ ପରେ ବଲାଙ୍ଗୀର ମେଡିକାଲ୍ କଲେଜରେ ଭର୍ତ୍ତି କରିଥିଲେ। ଏଠାରେ ଚିକିତ୍ସା ଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ସେପଟେ ଏହି ଖବର ତାଙ୍କ ପୁଅ ଓ ସମ୍ପର୍କୀୟ ପାଇବା ସତ୍ତ୍ବେ କେହି ପାଖକୁ ଆସିନଥିଲେ। ଏବଂ ଦୁର୍ଗତି ସମୟ ଅସହାୟ ଅବସ୍ଥାରେ ମୃତ ଦେହ ପଡି ରହିବା ପରେ ବଲାଙ୍ଗୀରର ସ୍ଵେଚ୍ଛାସବୀ ସଂଗଠନ ଵିଙ୍ଗ୍‌ ହ୍ୟୁମାନ ଏହାର ଖବର ପାଇ ଆଗକୁ ସାହାଯ୍ୟ ପାଇଁ ଆସିଥିଲା। ବୃଦ୍ଧଙ୍କ ମୃତ ଦେହକୁ ନେଇ ଦାହ ସଂସ୍କାର କରିଥିଲା। ଏହା ସହ ତାଙ୍କ ସ୍ତ୍ରୀଙ୍କୁ ଆର୍ଥିକ ସାହାଯ୍ୟ ମଧ୍ୟ ପ୍ରଦାନ କରିଥିଲା।

ବଲାଙ୍ଗୀରରୁ ଏସକେ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details