ବଲାଙ୍ଗୀର: କୋରୋନା ଅନେକଙ୍କ ବେଉସା ଛଡାଇ ନେଇଥିବା ବେଳେ ବଲାଙ୍ଗୀରର କିନ୍ନରମାନେ ମଧ୍ୟ ଏଥିପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ପୂର୍ବରୁ ସମାଜରେ ନିଜର ସ୍ବୀକୃତି ପାଇଁ ଯୁଝି ହେଉଥିବା ବେଳେ ଏବେ ପେଟ ପାଟଣା ପାଇଁ ଏମାନେ ସଂଘର୍ଷ କରୁଛନ୍ତି । ପୂର୍ବରୁ ଏମାନଙ୍କ ପାଖରେ ନିର୍ଦ୍ଦିଷ୍ଟ କୌଣସି ଆୟର ପନ୍ଥା ନଥିବା ବେଳେ ଏଠି ସେଠି ଛୋଟମୋଟ କାମ କରି ଏମାନେ ନିଜର ପେଟ ପୋଷୁଥିଲେ । ହେଲେ କୋରୋନାରେ ଏମାନଙ୍କର ସବୁ ଆୟର ପନ୍ଥା ବନ୍ଦ ହୋଇଯାଇଛି ।
ସେହିପରି ବଲାଙ୍ଗୀର ପ୍ରଶାସନ ଓ ପୌରପାଳିକା ଏମାନଙ୍କୁ ସ୍ବପ୍ନ ଦେଖାଇ ଅଳିଆ ଆବର୍ଜନା ସଂଗ୍ରହ କରିବା କାମରେ ନିୟୋଜିତ କରିଥିଲେ । ହେଲେ ତାହା ମଧ୍ୟ ଏବେ ବନ୍ଦ ହୋଇଯାଇଛି । ସେହିପରି ହୋଟେଲ ବ୍ୟବସାୟ ବନ୍ଦ ଥିବାବେଳେ ପର୍ବପର୍ବାଣୀ ମଧ୍ୟ ବନ୍ଦ ରହିଛି । ଫଳରେ ସବୁଆଡୁ ନିଜର କାମଧନ୍ଦା ହରାଇଛନ୍ତି ଏମାନେ । ଏବେ ପେଟ ପାଟଣା ପାଇଁ ଏମାନେ ଭିକ୍ଷା ବୃତ୍ତିକୁ ଆପଣାଉଥିବା କହିଛନ୍ତି ।