ଓଡିଶା

odisha

ETV Bharat / state

କୋରୋନା କାୟା; ବଲାଙ୍ଗୀରରେ ସଂକ୍ରମିତ ସଂଖ୍ୟା 600 ପାର - କୋରୋନା ସ୍ଥିତି

ବଲାଙ୍ଗୀର ଜିଲ୍ଲାରେ କୋରୋନା ସ୍ଥିତି ଦିନକୁ ଦିନ ଅଣାୟତ୍ତ ହେଉଥିବା ବେଳେ ଆଜି ପୁଣି 43 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 600 ପାର ହୋଇଛି । ଅଧିକ ଖବର ପଢନ୍ତୁ...

କୋରୋନା କାୟା; ବଲାଙ୍ଗୀରରେ ସଂକ୍ରମିତ ସଂଖ୍ୟା 600 ପାର୍
କୋରୋନା କାୟା; ବଲାଙ୍ଗୀରରେ ସଂକ୍ରମିତ ସଂଖ୍ୟା 600 ପାର୍

By

Published : Aug 8, 2020, 10:22 PM IST

ବଲାଙ୍ଗୀର: ଜିଲ୍ଲାରେ କୋରୋନା ସ୍ଥିତି ଦିନକୁ ଦିନ ଅଣାୟତ୍ତ ହେଉଥିବା ବେଳେ ଆଜି ପୁଣି 43 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 600 ପାର ହୋଇଥିବା ବେଳେ ଗ୍ରାମାଞ୍ଚଳ ଓ ସହର ସବୁଠି ସ୍ଥାନୀୟ ସଂକ୍ରମଣ ବଢିବାରେ ଲାଗିଲାଣି । ତେବେ ଆଜି ବଲାଙ୍ଗୀର ସହରରୁ କେବଳ 23 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଯେଉଁଥିରେ ସହର ମଧ୍ୟରୁ ତାଲପାଲି ପଡାରୁ ଚାରି ଜଣ, ମାଲପଡାରୁ ଚାରିଜଣ, ଜେଲ କଲୋନୀ ରୁ ଦୁଇଜଣ, ବ୍ରହ୍ମହଣ ପଡା ରୁ ଦୁଇ ଜଣ, ଲକ୍ଷ୍ମୀ ନଗରରୁ ଦୁଇ ଜଣ, ଚିମିନି ଭାଟି ରୁ ଚାରି ଜଣ ଚିହ୍ନଟ ହୋଇଛନ୍ତି। ସମାନ ଭାବରେ ସାଗର ପଡା, କଲେଜ ଛକ ଓ ଶାନ୍ତି ପଡ଼ାରୁ ଜଣେ ଲେଖାଏଁ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କୋରୋନା କାୟା; ବଲାଙ୍ଗୀରରେ ସଂକ୍ରମିତ ସଂଖ୍ୟା 600 ପାର୍

ଏହାଛଡା ବଲାଙ୍ଗୀର ଲୁକା ପଡା ଗ୍ରାମ, ଗୁଡ଼ଭେଳା, ପାଟଣାଗଡ଼ ଓ ମାଧ୍ୟଆପାଲି ରୁ ଜଣେ ଲେଖାଏଁ ତଥା ଆଗଲପୁରରୁ 6ଜଣ ଓ ଡୁଙ୍ଗୁରି ପାଳିରୁ 2 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଏହାକୁ ମିଶାଇ ବଲାଙ୍ଗୀର ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 631 ହୋଇଥିବା ବେଲେ 399 ଜଣ ସୁସ୍ଥ ହୋଇଛନ୍ତି। ଏବଂ ବର୍ତ୍ତମାନ 232 ଜଣ ଚିକିତ୍ସାଧୀନ ଥିବା ନେଇ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details