ଓଡିଶା

odisha

ETV Bharat / state

ବଲାଙ୍ଗୀରରେ 880କୁ ଛୁଇଁଲା କୋରୋନା ଆକ୍ରାନ୍ତ ସଂଖ୍ୟା - ବଲାଙ୍ଗୀରରେ 880 କୋରୋନା

ବଲାଙ୍ଗୀର ଜିଲ୍ଲାରେ କୋରୋନା ଅଣାୟତ୍ତ ହୋଇଥିବାବେଳେ ଆଜି ସର୍ବାଧିକ 92 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯେଉଁଥିରେ ବଲାଙ୍ଗୀର ସହରର ବିଭିନ୍ନ ଅଞ୍ଚଳରୁ 20 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅଧିକ ଖବର ପଢନ୍ତୁ...

ବଲାଙ୍ଗୀରରେ 880କୁ ଛୁଇଁଲା କୋରୋନା ଆକ୍ରାନ୍ତ ସଂଖ୍ୟା
ବଲାଙ୍ଗୀରରେ 880କୁ ଛୁଇଁଲା କୋରୋନା ଆକ୍ରାନ୍ତ ସଂଖ୍ୟା

By

Published : Aug 15, 2020, 9:19 PM IST

ବଲାଙ୍ଗୀର: ଜିଲ୍ଲାରେ କୋରୋନା ଅଣାୟତ୍ତ ହୋଇଥିବାବେଳେ ଆଜି ସର୍ବାଧିକ 92 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯେଉଁଥିରେ ବଲାଙ୍ଗୀର ସହରର ବିଭିନ୍ନ ଅଞ୍ଚଳରୁ 20 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେପଟେ ଗ୍ରାମାଞ୍ଚଳରେ ଲୋଇସିଂହା ଆଗଲପୁର ଓ ଫାସଡ଼ ଗ୍ରାମ ଏବେ କୋରୋନା ହଟସ୍ପଟ ପାଲଟିଛି ।

ବଲାଙ୍ଗୀରରେ 880କୁ ଛୁଇଁଲା କୋରୋନା ଆକ୍ରାନ୍ତ ସଂଖ୍ୟା

ଯେଉଁଥିରେ ଆଗଲପୁରରେ ଆଜି 12 ଜଣ, ଲୋଇସିଂହାରୁ 11 ଜଣ ଓ ଫାସଡ଼ ଗ୍ରାମରୁ 23 ଜଣ କୋରୋନା ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଚନ୍ଦନ ଭାଟି ଗ୍ରାମରୁ 9 ଜଣ, ପୁଇଁନ୍ତଳାରୁ 4 ଜଣ, ଖପ୍ରାଖୋଲରୁ ୩ ଜଣ, ଦେଓଗାଁ ରୁ ଚାରି ଜଣ ଓ ଟିଟିଲାଗଡ଼ରୁ ଦୁଇ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ଏହାକୁ ମିଶାଇ ବଲାଙ୍ଗୀର ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 880 ରେ ପହଞ୍ଚିଛି। ସେଥିମଧ୍ୟରୁ 553 ଜଣ ସୁସ୍ଥ ହୋଇଥିବାବେଳେ 327 ଜଣ ଆକ୍ଟିଭ ମାମଲା ରହିଛି । ସେପଟେ ଦୈନିକ ବର୍ତ୍ତମାନ ତିନି ହଜାର ସ୍ବାବ ପରୀକ୍ଷଣ ହେଉଥିବାବେଳେ ଅଧିକ କୋରୋନା ଆକ୍ରାନ୍ତ ଚିହ୍ନଟ ହେବାର ସମ୍ଭାବନା ରହିଛି ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details