ବଲାଙ୍ଗୀର:ମୃତ ମମିତା ମେହେରଙ୍କ ଗାଁରେ ପହଞ୍ଚିଲା କଂଗ୍ରେସ କେନ୍ଦ୍ରୀୟ ଟିମ୍ । କଂଗ୍ରେସର ଏହି ଟିମ୍ ମମିତାଙ୍କ ପରିବାର ଲୋକଙ୍କୁ ଭେଟିବେ ବୋଲି ଜଣାପଡିଛି ।
ବଲାଙ୍ଗୀର ମମିତା ମେହେର ହତ୍ୟା ଘଟଣାରେ ସାରା ଓଡ଼ିଶାରେ ଆନ୍ଦୋଳନ ଜାରି ରହିଛି । ଏହାକୁ ନେଇ ସବୁ ରାଜନୈତିକ ଦଳ ଆନ୍ଦୋଳନ ଜାରି ରଖିଥିବାବେଳେ ଜାତୀୟସ୍ତରରେ ମଧ୍ୟ ଘଟଣାକୁ ନେଇ ଚର୍ଚ୍ଚା କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି କଂଗ୍ରେସର ଏକ କେନ୍ଦ୍ରୀୟ ଟିମ୍ ବଲାଙ୍ଗୀର ଗସ୍ତ କରିଛି । ଏଥିରେ ଏଆଇସିସି ସାଧାରଣ ସମ୍ପାଦକ ରଣଦୀପ ସୂର୍ଯ୍ୟେୱାଲା, ଓଡ଼ିଶା ପିସିସି ପ୍ରଭାରୀ ଚେଲା କୁମାର, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ନୂଆପଡ଼ା ବିଧାୟକ ଅଧିରାଜ୍ ପାଣିଗ୍ରାହୀ, କଂଗ୍ରେସ ନେତା ଶରତ ପଟ୍ଟନାୟକ, ସୁରେନ୍ଦ୍ର ସିଂ ଭୋଇ ପ୍ରମୁଖ ଉପସ୍ଥିତ ଅଛନ୍ତି ।